କିଙ୍ଗ କୋହଲିଙ୍କ ଆଉ ଏକ ରେକର୍ଡ; ଟି-୨୦ କ୍ରିକେଟ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ପୂରଣ କଲେ ୪ହଜାର ରନ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ କ୍ରିକେଟ୍‌ରେ ଆଉ ଏକ ରେକର୍ଡକୁ ନିଜ ନାମରେ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ଟି-୨୦ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ୍‌ କରିବାର ରେକର୍ଡକୁ ନିଜ ନାମରେ କରିଛନ୍ତି କିଙ୍ଗ କୋହଲି। ବିରାଟ ମୋଟ ୧୧୫ ଟି ଟି-୨୦ ମ୍ୟାଚ୍‌ ଖେଳି ୪୦୦୦ ରନ୍‌ ପୂରଣ କରିଛନ୍ତି । ଏହି ମାଇଲ ଖୁଣ୍ଟ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍‌ ହୋଇଛନ୍ତି।

ଆଜି ଟି-୨୦ ବିଶ୍ୱକପର ଦ୍ଵିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିରାଟ ଏହି ରେକର୍ଡ କରିବାରେ ସାମାର୍ଥ୍ୟ ହୋଇଛନ୍ତି । ବିରାଟ କୋହଲି ଏହି ମ୍ୟାଚ୍‌ରେ ଏକ ଦର୍ଶନୀୟ ଚୌକା ମାରି ଏହି ରେକର୍ଡ ହାତେଇଛନ୍ତି । ବିରାଟ କୋହଲି ମୋଟ ୧୧୪ଟି ମ୍ୟାଚ୍‌ ଖେଳି ୩୬ଟି ଅର୍ଦ୍ଦଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି । ୧୩୮ରନ୍‌ ଷ୍ଟ୍ରାଇକ୍‌ ରେଟ୍‌ରେ ବିରାଟ ରନ୍‌ କରିଛନ୍ତି ।

ସେହିପରି ବିରାଟ କୋହଲିଙ୍କ ପଛକୁ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ସେ ୧୪୭ଟି ମ୍ୟାଚ୍‌ ଖେଳି ୩୮୨୬ ରନ୍‌ କରିଛନ୍ତି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜଲଣ୍ଡର ଓପନର ମାର୍ଟିନ ଗୁପ୍‌ଟିଲ୍‌ । ସେ ୧୨୨ଟି ମ୍ୟାଚ୍‌ ଖେଳି ୩୫୩୧ ରନ୍‌ କରିଛନ୍ତି ।

Related Posts