ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ, ପାରାଦୀପ ପୋର୍ଟରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ରାୟଗଡାରେ ୨ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିନଥିବା ବେଳେ ଆଉ ଏବେ ରାଜ୍ୟରେ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ଠାବ ହୋଇଛି । ସେ ଜାହାଜର ଚିଫ୍ ଇଞ୍ଜିନିୟର ଥିଲେ । ତାଙ୍କର ନାଁ ମିଲ୍ ୟାକୁବ ସର୍ଜେଇ ବୋଲି ଜଣା ପଡିଛି। ଏହି ଜାହାଜ ପାରାଦୀପକୁ ଲୁହାପଥର ନେବା ପାଇଁ ବାଂଲାଦେଶ ଚିଟାଗଙ୍ଗରୁ ଆସିଥିଲା । ଏଠାରୁ ଜାହାଜ ମୁମ୍ୱାଇ ଅଭିମୁଖେ ଯାଇଥାନ୍ତା ।

ତେବେ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ କେମିତି ହେଲା, ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ତେବେ କେମିତି ତାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନଥିବାବେଳେ ଏନେଇ ପୋର୍ଟ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ପୋର୍ଷ୍ଟମର୍ଟମ ଓ ତଦନ୍ତ ପରେ ସାମ୍ନାକୁ ଆସିବ ପ୍ରକୃତ କାରଣ । ହୃଦଘାତରୁ ମୃତ୍ୟୁ ନା ଆଉ କିଛି ତାହା ଜଣାପଡିବ ।

ପୂର୍ବରୁ ରାୟଗଡା ଜିଲ୍ଲାରେ ଏକ ହୋଟେଲରେ ଭ୍ଲାଦିମିର ବିଦେନୋଭ ନାମକ ଜଣେ ପର୍ଯ୍ୟଟକ ଓ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ ସନ୍ଦେଜଜନକ ମୃତ୍ୟୁ ହୋଇଥିଲା ।

Related Posts