ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା, ହାଇକୋର୍ଟ କହିଲେ – ” ଏନ୍ଏଚ୍ଆରସିଙ୍କ ରିପୋର୍ଟରେ କୌଣସି ତ୍ରୁଟି ନାହିଁ, ସରକାର ଚଲାଇବା ପ୍ରଶାସନର କାମ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଢିଲା ମମତା ସରକାରଙ୍କ ଅଡୁଆ। ବେଙ୍ଗଲରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟରୁ ଆଉ ଏକ ଝଟକା। କଲିକତା ହାଇକୋର୍ଟର ଜଷ୍ଟିସ୍ ଆଇ ପି ମୁଖାର୍ଜୀ ପଶ୍ଚିମବଙ୍ଗରେ ଘଟିଥିବା ଏହି ଜଘନ୍ୟ ଅପରାଧର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଏନ୍ଏଚ୍ଆରସିଙ୍କ ରିପୋର୍ଟକୁ ଅଗ୍ରାହ୍ୟ କରିବାର ପ୍ରଶ୍ନ ଉଠୁନି ବୋଲି କୋର୍ଟ କହିଛନ୍ତି। କଲିକତା ହାଇକୋର୍ଟର ଜଷ୍ଟିସ ମୁଖାର୍ଜୀ କହିଛନ୍ତି ଯେ ମାନବ ଅଧିକାର ଆୟୋଗ ଦ୍ୱାରା ଗଠିତ ପାଞ୍ଚ ଜଣିଆ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାର କ୍ଷମତା ଦିଆଯାଇଛି।

ଜଷ୍ଟିସ ମୁଖାର୍ଜୀ, ଜନହିତ ୟାଚିକା ଉପରେ ବେଞ୍ଚ ଦ୍ୱାରା ଦିଆଯାଇଥିବା ରାୟ ସହିତ ଏକମତ ହୋଇ କହିଛନ୍ତି, “ ଏନ୍ଏଚ୍ଆରସି ଦ୍ବାରା ଗଠିତ କମିଟି ରିପୋର୍ଟକୁ ଅଗ୍ରାହ୍ୟ କରିବାର ପ୍ରଶ୍ନ ଉଠୁ ନାହିଁ । କାରଣ କୋର୍ଟ କେବଳ କମିଟିର ରିପୋର୍ଟକୁ ବିଚାର କରିନାହାଁନ୍ତି ବରଂ ଏହା ପରେ ଓକିଲମାନଙ୍କ ଯୁକ୍ତି ମଧ୍ୟ ଶୁଣିଛନ୍ତି। “

ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ SIT ଗଠନ ପାଇଁ ନିର୍ଦ୍ଦେଶ

ପଶ୍ଚିମବଙ୍ଗ ହାଇକୋର୍ଟର କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ, ଜଷ୍ଟିସ ଆଇପି ମୁଖାର୍ଜୀ, ଜଷ୍ଟିସ ହରିଶ ଟଣ୍ଡନ, ଜଷ୍ଟିସ ସୌମନ୍ ସେନ ଏବଂ ଜଷ୍ଟିସ୍ ସୁବ୍ରତ ତାଲୁକଦାରଙ୍କ ଏକ ବେଞ୍ଚ, ବଳାତ୍କାର ଉଦ୍ୟମ ତଥା ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧ ଉପରେ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନ୍ୟାନ୍ୟ ମାମଲା ଅନୁସନ୍ଧାନ ପାଇଁ ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ SIT ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ ଆୟୋଗର ଯୁକ୍ତି ସମ୍ପୂର୍ଣ୍ଣ ଠିକ୍: କୋର୍ଟ

ଜଷ୍ଟିସ ମୁଖାର୍ଜୀ ମାମଲାର ଶୁଣାଣି କରି କହିଛନ୍ତି ଯେ,” ନିର୍ବାଚନ ଆୟୋଗଙ୍କ କାମ ହେଉଛି ନିର୍ବାଚନ ପରିଚାଳନା କରିବା । କିନ୍ତୁ ସରକାରଙ୍କ କାମ ହେଉଛି ପ୍ରଶାସନ ଚଳାଇବା। ମୋ ମତରେ ନିର୍ବାଚନ ଆୟୋଗ ଠିକ୍ ଅଛନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ନିର୍ବାଚନ ଆୟୋଗ ପ୍ରଶାସନିକ ଡ୍ୟୁଟିରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ବଦଳି କରିବାକୁ କହିଥିଲେ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ସମୟରେ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧିକାରୀ ମାନଙ୍କୁ ପୋଷ୍ଟିଂ କରିବାକୁ କହିଥିଲେ।

ଜଷ୍ଟିସ୍ ମୁଖାର୍ଜୀ କହିଛନ୍ତି ଯେ ନିର୍ବାଚନ କମିଶନ ଏବଂ ନୂତନ ସରକାର ଦାୟିତ୍ବ ଗ୍ରହଣ କରିବା ମଧ୍ୟରେ ଆସୁଥିବା ମାମଲା ଗୁଡ଼ିକ ଦାୟର କରି ଆୟୋଗ ଅଧିକ ସକରାତ୍ମକ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ଥିଲା। ଯଦି ଅପରାଧ ପ୍ରମାଣିତ ହୁଏ ତେବେ ଦୋଷୀଙ୍କୁ ଦଣ୍ଡ ଦିଆଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ NHRC କମିଟି ରିପୋର୍ଟର ସୁପାରିଶ ଏବଂ ଅନୁସନ୍ଧାନକୁ ବିରୋଧ କରି ବରିଷ୍ଠ ଓକିଲ ଅଭିଷେକ ମନୁ ସଙ୍ଘଭି ଏହି ରିପୋର୍ଟକୁ ଭୁଲ ବୋଲି ଦାବି କରିଥିଲେ। ଏବଂ ସାତଜଣିଆ କମିଟିର କିଛି ସଦସ୍ୟଙ୍କର ଭାରତୀୟ ଜନତା ପାର୍ଟି ସହ ସମ୍ପର୍କ ଥିବା ସେ ଦାବି କରିଥିଲେ।

Related Posts