
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ଦ ଅଷ୍ଟ୍ରେଲିଆନ ଖବର କାଗଜ ନ୍ୟୁଜପୋଲ୍ ଅନୁଯାୟୀ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି ଆଗୁଆ ରହିଥିବା ବେଳେ ସ୍କଟ ମରିସନ ନିର୍ବାଚନ ହାରିଛନ୍ତି। ଏନେଇ ସ୍କଟ ମରିସନ ପରାଜୟ ସ୍ଵୀକାର କରି ବିରୋଧୀ ନେତା ଆନ୍ଥୋନୀ ଅଲବାନିସଙ୍କୁ ଶୁଭକାମନା ଜଣାଇଛନ୍ତି। ଅଲବାନିସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ସମ୍ଭାବନା ରହିଛି।
ନିଜର ନିର୍ବାଚନ ସ୍ଵୀକାର କରି ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ କହିଛନ୍ତି, ଜନତା ପ୍ରମୁଖ ଦଳକୁ ସମର୍ଥନ ଦେଇ ନାହାନ୍ତି। ତେଣୁ ଆମେ ପରାଜୟ ସ୍ଵୀକାର କରୁଛୁ। ଗଣମାଧ୍ୟମକୁ ସମ୍ବୋଧିତ କରି ସ୍କଟ ମରିସନ ଭାବୁକ ହୋଇ ପଡିଥିଲେ। ସେ କହିଛନ୍ତି, ଆମେ ନିର୍ବାଚନ ହାରିଥିଲେ ମଧ୍ୟ ପରିବର୍ତ୍ତୀ ନିର୍ବାଚନରେ ପୁଣି ଥରେ ନିଜ ପାର୍ଟିର ନୀତିକୁ ନେଇ ଜନତାଙ୍କ ଗହଣକୁ ଯିବୁ। ତାଙ୍କୁ ପୂରା ଭରସା ଯେ, ଜନତା ପୁନର୍ବାର ତାଙ୍କ ପାର୍ଟିକୁ ବିପୁଳ ଭୋଟ୍ ଦେଇ ଜିତାଇବେ। ଏବେଠୁ ତିନି ବର୍ଷ ପରେ ମୁଁ ମେଣ୍ଟ ସରକାରର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବି। ମୋତେ ଭରସା ଯେ, ଜନତାଙ୍କୁ ଆମକୁ ପୁଣି ଥରେ କ୍ଷମତାସୀନ କରାଇବେ।
ଅପରପକ୍ଷେ ଲେବର ପାର୍ଟି ଜିତିବା ପରେ ପିଲା ଏବଂ ବରିଷ୍ଠ ନାଗରିକଙ୍କ ଉନ୍ନତି ପାଇଁ ଅଧିକ ଖର୍ଚ୍ଚ କରିବ ଏବଂ କଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ବାଦ୍ ଅଷ୍ଟ୍ରେଲିଆରେ ବଢୁଥିବା ବିତ୍ତୀୟ ଘାଟାକୁ କମ କରିବା ଏବଂ ଅର୍ଥବ୍ୟବସ୍ଥା ସମ୍ଭାଳିବା ବୋଲି ପ୍ରତିଶ୍ରୁତି ଦେଇଛି ଲେବର ପାର୍ଟି।