ମାସେଲିଆର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଅନୱର ଇବ୍ରାହିମ୍, କିଙ୍ଗ ଅବଦୁଲା ଅହମଦ ଶାହ ଦେଲେ ମଞ୍ଜୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲେସିଆର ବିରୋଧୀ ଦଳ ନେତା ଅନୱର ଇବ୍ରାହିମ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଗତ କିଛି ଦିନ ଧରି ଦେଶରେ ଚାଲିଥିବା ନିର୍ବାଚନ ପରବର୍ତ୍ତୀ ଅସ୍ଥିରତା ମଧ୍ୟରେ କିଙ୍ଗ୍ ଅବଦୁଲା ଅହମଦ ଶାହ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଗତ ସପ୍ତାହରେ ମାଲେସିଆରେ ନିର୍ବାଚନ ପରିଣାମ ଘୋଷଣା ହୋଇଥିଲା । ଏଥିରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ମିଳି ନଥିଲା ।

ବିରୋଧୀ ଦଳ ନେତା ଅନୱର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମୁହିଉଦ୍ଦିନ ୟାସିନ ମଧ୍ୟରୁ କେହି ବି ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ହାସଲ କରିପାରି ନଥିଲେ । ତେବେ ଅନୱର କାହା ସହ ମିଶି ମେଣ୍ଟ କରିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

ମାସେଲିଆରେ ଶନିବାର ନଭେମ୍ୱର ୧୯ରେ ହୋଇଥିବା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନଥିଲା । ଏହି କାରଣରୁ ସେଠାରେ ସରକାର ଗଠନ ହୋଇପାରୁ ନଥିଲା । ଗୁରୁବାର ସଂଧ୍ୟାରେ ଅନୱାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମାଲେୟିଆ ରାଜ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ଅନୱର ଇବ୍ରାହିମ ମାଲେସିଆର ୧୦ମ ପ୍ରାଧାନମନ୍ତ୍ରୀ ହେବେ । ୧୯୯୦ ଦଶନ୍ଧିରେ ସେ ଦେଶର ଉପ-ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ମଧ୍ୟ ଭୋଗି ସାରିଛନ୍ତି ।

ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଅନୱର ଇବ୍ରାହିମଙ୍କ ମେଣ୍ଟ ପାର୍ଟି ଫକାତନ ହରପନକୁ ୮୨ଟି ଆସନ ମିଳିଛି । ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିଉଦ୍ଦିନ ୟାସିନଙ୍କ ପାର୍ଟିକୁ ୭୩ଟି ଆସନ ମିଳିଛି । ଦେଶର ସରକାର ଗଠନ ପାଇଁ ୧୧୨ ଆସନ ଦରକାର।

Related Posts