ରାଉରକେଲା: ଗିରଫ ହେଲେ ଜଣେ ଆପ୍ ନେତା । ସୋସିଆଲ ମିଡ଼ିଆରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଆଶ୍ରବ୍ୟ ଭାଷାରେ ଗାଳି ଦେବା ଅଭିଯୋଗରେ ପୁଲିସ ଗିରଫ କରିଥିବା ଜଣାଯାଇଛି।

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ସୋସିଆଲ ମିଡ଼ିଆରେ ଆଶ୍ରବ୍ୟ ଭାଷାରେ ଗାଳି ଦେବା ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଟକ ଥିବା ରାଉରକେଲା ଆମ ଆଦମୀ ପାର୍ଟିର ନେତା ଧର୍ମେନ୍ଦ୍ର ମହାପାତ୍ରଙ୍କୁ ବାନ୍ଧିଲା ଉଦିତନଗର ପୁଲିସ। ଗତ କିଛି ଦିନ ଧରି ସେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ନେତାଙ୍କ ନାଁରେ ଅଭଦ୍ର ଭାଷାରେ ଲେଖି ପୋଷ୍ଟ କରୁଛନ୍ତି ।