ଅର୍ଚ୍ଚନା ନାଗ ମାମଲା; ଦୀର୍ଘ ଘଣ୍ଟାର ପଚରାଉଚରା ପରେ ଖଗେଶ୍ୱରକୁ ଗିରଫ କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଗିରଫ । ଅର୍ଚ୍ଚନା-ଜଗବନ୍ଧଙ୍କୁ ଆର୍ଥିକ କାରବାର ଲିଙ୍କ ନେଇ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ଇଡି । ଗୁରୁବାରଠୁ ପଚରାଉଚରା କରୁଥିଲା ଇଡି ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ସଂପର୍କିତ ଅର୍ଥନୈତିକ କାରବାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତନାଘନା ଜାରି ରଖିଥିବା ବେଳେ, ଗତକାଲି ଇଡି ପକ୍ଷରୁ ଅର୍ଚ୍ଚନା ଓ ତାର ସହଯୋଗୀଙ୍କ ୬ଟି ଠିକଣାରେ ଇଡି ଏକସଙ୍ଗେ ଚଢାଉ କରିଥିଲା। ଏହି ସ୍ଥାନ ମାନଙ୍କକରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରର ଠିକଣା ମଧ୍ୟ ରହିଥିଲା। ଚଢାଉ ପରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଉଠାଇନେଇଥିଲା ଇଡି ।ଖଗେଶ୍ବରଙ୍କ ଗାଁ ବାଲିପାଟଣାରୁ ତାଙ୍କୁ ଇ.ଡି. ଉଠାଇନେଇଥିଲା। ତେବେ ଖଗେଶ୍ୱର କୁ ଆଣିବା ପରେ ତାକୁ ଏଇ ମାମଲାରେ ଗତ ରାତିରୁ ପଚରା ଉଚରା ଜାରି ରହିଥିଲା। ତେବେ ଦୀର୍ଘ ଘଣ୍ଟାର ପଚରାଉଚରା ପରେ ଖଗେଶ୍ୱରକୁ ଗିରଫ କରିଛି ଇଡି ।

ତେବେ ପୂର୍ବରୁ ଏହି ଘଟଣାରେ ଖଣ୍ଡଗିରି ଥାନାରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଖଗେଶ୍ବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ ଓ ସେ ନିର୍ଦ୍ଦୋଷ ବୋଲି ଦର୍ଶାଇ ଏହି ଆବେଦନ ଦାୟର କରିଛନ୍ତି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ହୋଇଥିବା ନେଇ ଖଗେଶ୍ବରଙ୍କ ନାଁରେ ଅଭିଯୋଗ ରହିଛି ।

Related Posts