ଜାମ୍ମୁ-କାଶ୍ମୀରର ସୋପିଆନ୍‌ରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାମୁହାଁ: ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ୍‌ରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାମୁହାଁ ହୋଇଛନ୍ତି । ସେନା ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ ଯାହାର ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ଟଳିପଡ଼ିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ନାଗରିକ ଥିବା ଜଣାପଡ଼ିଛି ।

ପୋଲିସର କହିବା ଅନୁଯାୟୀ, ଶୁକ୍ରବାର ସକାଳୁ ସୋପିଆନ୍‌ରେ ଆତଙ୍କବାଦୀ ଲୁଚି ଥିବା ସୂଚନା ମିଳିବା ପରେ ଛାନବିନ୍ ଆରମ୍ଭ କରିଥିଲା ସେନା । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସୁରକ୍ଷାବଳ । ମୃତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି । କାମରାନ ଭାଇ ଓରଫ ହନିସ୍ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ । ସେ କୁଲଗାମ-ସୋପିଆନ୍ ଅଞ୍ଚଳରେ ସକ୍ରିୟ ଥିଲା । ଅନ୍ୟଜଣ ଅତଙ୍କୀର ଏପର୍ଯ୍ୟନ୍ତ ପରିଚୟ ମିଳିନଥିବା କହିଛନ୍ତି ପୋଲିସ ଅଧିକାରୀ ।

ଏହା ପୂର୍ବରୁ ନଭେମ୍ବର ୧ ତାରିଖରେ ପୁଲଓ୍ବାମା ଓ ଅନନ୍ତନାଗ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସେନା ଓ ଆତଙ୍କବାଦୀ ମୁହାମୁହିଁ ହୋଇଥିଲେ । ଯବାନଙ୍କ ଗୁଳିରେ ୪ଜଣ ଆତଙ୍କୀ ଟଳି ପଡ଼ିଥିଲେ । ପୁଲଓ୍ବାମାରେ ୩ଜଣ ଓ ଅନନ୍ତନାଗରେ ଜଣେ ଆତଙ୍କବାଦୀକୁ ମାରିଥିଲେ ସୁରକ୍ଷାବଳ । ଏହି ଅପରେସନରେ ଜାମ୍ମୁ-କାଶ୍ମୀର ପୋଲିସ ମଧ୍ୟ ସାମିଲ ହୋଇଥିଲା । ଏହାଛଡ଼ା ଶ୍ରୀନଗରରୁ ୩ଜଣ ଓ ବଡ଼ଗ୍ରାମ୍ ଜିଲ୍ଲାରୁ ଜଣେ ଆତଙ୍କୀକୁ ସୁରକ୍ଷାବଳ ଗିରଫ କରିଥିଲା

Related Posts