ଭୁବନେଶ୍ୱର: ବ୍ଲାକମେଲ୍ କ୍ୱିନ୍ ଅର୍ଚ୍ଚନା ନାଗ ଗିରଫ ମାମଲାକୁ ନେଇ ଆସନ୍ତା ୫ ତାରିଖରେ ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ ।
ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ ମାମଲାର ହୋଇଥିଲା ଶୁଣାଣୀ ।
ସୂଚନାଯୋଗ୍ୟ ଯେ, ୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ବର୍ଷରେ ଏତେ ଟଙ୍କାର ସମ୍ପତ୍ତି ସେ କେମିତି ଉପାର୍ଜନ କଲେ ତାର ହିସାବ ଖୋଜିବ ପୋଲିସ । ଗତ ୬ମାସ ଭିତରେ ଏଥିରେ ୫କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ପ୍ରତି ଆକାଉଣ୍ଟରେ ହୋଇଥିବା ବଡ ବଡ ପରିମାଣର ଟଙ୍କା ନେଣଦେଣ ଏବେ ପୋଲିସ ସ୍କାନରରେ ।
