ଅର୍ଚ୍ଚନା ନାଗ ଜାମିନ୍‌ ମାମଲା: ହାଇକୋର୍ଟରେ କେସ୍‌ ଡାଏରୀ ଦାଖଲ କଲେ ରାଜ୍ୟ ସରକାର, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ୍‌ ଓ ବ୍ଲାକ ମେଲିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ୍‌ଙ୍କ ଜାମିନ୍‌ ମାମଲାରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କେସ୍‌ ଡାଏରୀ ଦାଖଲ କରାଯାଇଛି । ପୁଲିସର କେସ୍‌ ଡାଏରୀ ଦାଖଲ ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଜାନୁଆରି ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନ‌ର୍ଦ୍ଦେଶ ଦେଇଥିଲେ। ବ୍ଲାକ୍‌ମେଲିଂ ଅଭିଯୋଗରେ ଅର୍ଚ୍ଚନା ନାଗ୍‌ଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦାଏର କରିଥିଲେ । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଗତ ଅକ୍ଟୋବରରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା । ପରେ ଏହି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ୍‌ ଆବେଦନ ନିମ୍ନ ଅଦାଲତରୁ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related Posts