ଅର୍ଚ୍ଚନା ନାଗ ମାମଲା; କମିସନରେଟ୍‌ ପୁଲିସ୍‌କୁ କେସ୍‌ ଡାଏରୀ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ କମିସନରେଟ୍‌ ପୁଲିସ୍‌କୁ କେସ୍‌ ଡାଏରୀ ମାଗିଲେ ଓଡିଶା ହାଇକୋର୍ଟ। ଅର୍ଚ୍ଚନା ନାଗର ଜାମିନ ଆବେଦନ ପ୍ରସଙ୍ଗରେ କେସ୍‌ ଡାଏରୀ ଦାଖଲ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି କେସ୍ ଡାଏରୀକୁ ଅନୁଧ୍ୟାନ କରିବା ପରେ ଜାମିନ ନେଇ ଯାହା କିଛି ନିଷ୍ପତ୍ତି ହାଇକୋର୍ଟ ନେଇପାରନ୍ତି। ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି ଅର୍ଚ୍ଚନା। ସେଥିପାଇଁ କେସ୍‌ ଡାଏରୀ ଦାଖଲ ପାଇଁ ପୁଲିସକୁ ହାଇକୋର୍ଟ କହିଛନ୍ତି।

ସେପଟେ ବ୍ଲାକମେଲିଂ ଓ ଅମାପ ସମ୍ପତ୍ତି ଠୁଳ ମାମଲାରେ ଅର୍ଚ୍ଚନା ନାଗଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ। ଇଡି ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ। ସେହିପରି ଖଗେଶ୍ୱରଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ ଇଡିରେ ହାଜର ହୋଇଥିଲେ।

ଇଡିରେ ହାଜର ହୋଇ ବାହାରିବା ପରେ ଅର୍ଚ୍ଚନାଙ୍କ ଚାଟା଼ର୍ଡ ଆକାଉଣ୍ଟାଣ୍ଟ କହିଛନ୍ତି ଯେ, ୨୦୨୧ ମସିହାରେ ଅର୍ଚ୍ଚନା ନାଗ ‘ଆଦିତ୍ୟ ପ୍ରେଷ୍ଟିଜ ଆଗ୍ରୋ’ କମ୍ପାନୀ ଗଠନ କରିଥିଲେ। ୧୦ ଲକ୍ଷ ଟଙ୍କା ମୂଳଧନରେ ଆରମ୍ଭ ହୋଇଥିଲା ଏହି କମ୍ପାନୀ। ନୂଆ କାର ସୋ ରୁମ୍‌ ପାଇଁ କମ୍ପାନୀ ଗଠନ ହୋଇଥିଲା। କିନ୍ତୁ ସେଥିରେ କିଛି ଆର୍ଥିକ କାରବାର ହୋଇ ନଥିବା ଅର୍ଚ୍ଚନାଙ୍କ ଚାଟା଼ର୍ଡ ଆକାଉଣ୍ଟାଣ୍ଟ କହିଛନ୍ତି। ଏବେ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀ ଏହାକୁ ବନ୍ଦ କରି ଦେଇଥିବା ସେ ସୂଚନା ଦେଇଛନ୍ତି।

Related Posts