ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥୋ ଚାଟାର୍ଜୀ ଗିରଫ ଘଟଣା; ପାର୍ଥୋ ଦଳର ସଦସ୍ୟ ନାହାନ୍ତି କହି ଦୋଷ ଛଡାଇଲା ଟିଏମସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥୋ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ ହେବାପରେ ପାର୍ଥୋଙ୍କୁ ଗିରଫ କରିଛି ଇଡି। ତେବେ ଏହି ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ସରକାରୀ ଦଳ ଟିଏମସି । ଟିଏମସି ପକ୍ଷରୁ କୁହାଯାଇଛି ଏହି ଟଙ୍କା ସହ ଟିଏମସିର କୌଣସି ସଂପର୍କ ନାହିଁ ।ଯେଉଁ ଲୋକଙ୍କ ଘରୁ ଟଙ୍କା ଜବତ ହୋଇଛି ସେ ଟିଏମସିର ସଦସ୍ୟ ନାହାନ୍ତି । ମାମଲା ଏବେ କୋର୍ଟରେ ଅଛି । ଆମେ ଚାହୁଁଛୁ ଆଗ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଶେଷ କରୁ। ଅପରପକ୍ଷରେ ଟିଏମସି ମନ୍ତ୍ରୀ ଫିରହାଦ ହାକିମ କହିଛନ୍ତି ଯେ ଯଦି ପାର୍ଥୋ ବିଜେପିରେ ଯୋଗ ଦେଇଥାନ୍ତେ ତେବେ ଇଡି ଚଢଉ ହୋଇନଥାନ୍ତା ।

ସୂଚନା ଅନୁସାରେ, ଶୁକ୍ରବାରଦିନ ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୦ ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ଏହି ଅର୍ଥ ସଂଗ୍ରହ କରାଯାଇଥିବା ଜଣାଯାଇଛି । ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପକ୍ଷରୁ ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା । ଏହାପରେ ପାର୍ଥୋ ଚାଟାର୍ଜୀ ଙ୍କୁ ଇଡି ଗିରଫ କରିଛି। ଗିରଫ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋଲକାତାର ଏସଏସକେଏମ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related Posts