କାତାର୍ ରୁ ସ୍ଵତନ୍ତ୍ର ବିମାନ ରେ ଆସି କାନ୍ଦାହାରରେ ପହଞ୍ଚିଲେ ତାଲିବାନ ର ଶୀର୍ଷ ନେତା ମୁଲ୍ଲା ଅବଦୁଲ ଘନି ବରାଦର୍ , ଆଫଗାନିସ୍ତାନ ସରକାରର ନେତୃତ୍ୱ ନେଇ ପାରନ୍ତି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ରାଜ୍ ଆରମ୍ଭ ହେବା ପରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ହଜାର ହଜାର ଲୋକ ଦେଶ ଛାଡି ପଳାୟନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ସେପଟେ ଶନିବାର (ଅଗଷ୍ଟ ୨୧) ଦିନ କାବୁଲ ପହଞ୍ଚିଛନ୍ତି ତାଲିବାନର ପ୍ରତିଷ୍ଠାତାସ ମୁଲ୍ଲା ଅବଦୁଲ ଘନି ବରଦାର ସେ କାବୁଲରେ ଜିହାଦୀ ନେତା ତଥା ରାଜନେତାମାନଙ୍କୁ ଭେଟିବାର ଯୋଜନା ରହିଛି । ନିକଟରେ ତାଲିବାନ ନେତାମାନେ ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ପୂର୍ବ ତାଲିବାନ ତୁଳନାରେ ବର୍ତ୍ତମାନର ତାଲିବାନ ଅଧିକ ଉଦାରବାଦୀ ହେବେ ବୋଲି ଆଶ୍ୱାସନା ଦେଇଛନ୍ତି । ବରଦାର ଗତ ମଙ୍ଗଳବାର ଦିନ ଦୋହା ଠାରୁ କାନ୍ଦାହାର ବିମାନବନ୍ଦରର ତାଲିବାନ ଗଡ଼ରେ ଅଗଷ୍ଟ ୧୭ ରେ ଆଫଗାନିସ୍ତାନରେ ପହଞ୍ଚିଥିଲେ। ବରଦାର ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ର ନେତା ଭାବରେ ପରିଚିତ। 

ଦକ୍ଷିଣ ଆଫଗାନିସ୍ତାନର ଏକ ପ୍ରଭାବଶାଳୀ ପପାଲଜାଇ ଦୁରାନୀ (Popalzai Durrani) ଜନଜାତିରେ ଜନ୍ମଗ୍ରହଣ କରିଥିଲା ବାରଦାର । ୧୯୯୪ରେ ତାଲିବାନ ଗଠନ ହୋଇଥିଲା । ଏହା ପଛରେ ଯେଉଁ ଚାରି ଜଣଙ୍କ ହାତ ଥିଲା , ସେମାନଙ୍କ ମଧ୍ୟରୁ ମୁଲ୍ଲା ଅବଦୁଲ ଘନି ବରାଦର ଅନ୍ୟତମ ।

କିଶୋର ଅବସ୍ଥାରେ ସ୍ୱର୍ଗତ ତାଲିବାନର ସୁପ୍ରିମୋ ମୁଲାହା ମହମ୍ମଦ ଓମାରଙ୍କ ସହ ସମ୍ପର୍କରେ ଥିଲେ।  ସୋଭିଏତ ସଂଘ ସହ ମୁଜାହିଦ୍ଦିନଙ୍କ ଗରିଲା ଆର୍ମି ଯୁଦ୍ଧ କରୁଥିବା ସମୟରେ ମୁଲାହା ମହମ୍ମଦ ଓମାରଙ୍କ ସହ-ପ୍ରତିଷ୍ଠାତା ଥିବା ବାରାଦର ମଧ୍ୟ ଯୁଦ୍ଧ ଲଢିଥିଲେ।  ସୋଭିଏତ ସଂଘ ସହ ଯୁଦ୍ଧ ସମାପ୍ତି ପରେ ସେ ତାଲିବାନ ପ୍ରତିଷ୍ଠା କରିବା ପଛରେ ମାର୍ଗଦର୍ଶକ ଥିଲେ । ଶେଷରେ ୧୯୯୬ ରେ କ୍ଷମତାକୁ ଆସିଥିଲେ। ସେହି ସମୟରେ ବାରଦାର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।  ୨୦୦୧ ରେ ଆମେରିକୀୟ ସେନା ଆକ୍ରମଣ ପରେ ବାରଦର ଆଫଗାନିସ୍ତାନ ଛାଡି ପାକିସ୍ତାନର କ୍ୱେଟାରୁ ତାଲିବାନ ଅପରେସନ୍ ଚଳାଉଥିଲେ।

ଆଇଏସଆଇ ଏବଂ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଦ୍ୱାରା ମିଳିତ ଅପରେସନରେ ୨୦୧୦ ଫେବୃଆରୀରେ ଆମେରିକା ତାଙ୍କୁ ପାକିସ୍ତାନର କରାଚି ସହରରୁ ଗିରଫ କରିଥିଲା । ୨୦୧୮ ପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାର କଏଦୀମାନଙ୍କର ପ୍ରତ୍ୟେକ ତାଲିକା ପ୍ରସ୍ତୁତ କରୁଥିଲା ଯେଉଁମାନେ ଶାନ୍ତି ବାର୍ତ୍ତା ବୃଦ୍ଧି କରିବା ପାଇଁ ସେମାନଙ୍କୁ ମୁକ୍ତ କରିବାକୁ ଦାବି କରୁଥିଲେ ଏବଂ ମୁଲ୍ଲାଙ୍କୁ ମୁକ୍ତ କରାଯାଇଥିଲା । ଏହା ପରେ ସେ ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ, ଯେଉଁଠାରେ ସେ ଏହି ରାଜିନାମାର ତଦାରଖ କରିଥିଲେ ଯାହା ଦ୍ବାରା ଆମେରିକାର ସୈନ୍ୟବାହିନୀ ସେମାନଙ୍କ ୨୦ ବର୍ଷର ଅଭିଯାନ ପ୍ରତ୍ୟାହାର କରିନେବେ।

Related Posts