ଲକ୍ଷ୍‌ମୀପୁର ଖେରୀ ହିଂସା ମାମଲା; ଆଶୀଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ଆଗାମୀ ଶୁଣାଣି ଯାଏ ଅନ୍ତରୀଣ ଜାମିନ ବଳବତ୍ତର

ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ଲକ୍ଷ୍‌ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରମକୋର୍ଟ ମଙ୍ଗଳବାର ମାମଲାର ଶୁଣାଣି କରି କହିଛନ୍ତି, ମାମଲାର ଶୁଣାଣି ଧିମା ହୋଇନାହିଁ। ଏହାସହ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କୁ ଅନ୍ତରୀଣ ଜାମିନକୁ ଆଗାମୀ ନିର୍ଦ୍ଦେଶ ଯାଏ ସଂରକ୍ଷିତ ରଖିଛନ୍ତି।

ସୂଚନା ଥାଉକି ଏହି ମାମଲାରେ ଗତ ୨୫ ଜାନୁଆରୀରେ ଶୁଣାଣି କରି କୋର୍ଟ ଆଶୀଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ମଙ୍ଗଳବାର ଆଶୀଷ ମିଶ୍ରାଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ୨୫ ଜାନୁଆରୀର ରାୟ ପରେ ତାଙ୍କ କ୍ଲାଏଣ୍ଟଙ୍କୁ ଜେଲରୁ ମୁକୁଳା ଯାଇଥିଲା। ଜେଲରୁ ମୁକୁଳିବା ପରେ ସେ ଶୁଣାଣିର ସବୁ ତାରିଖରେ ତଳ କୋର୍ଟରେ ହାଜର ହୋଇଛନ୍ତି। ଏହା ସହ କୋର୍ଟ ଯେଉଁ ସର୍ତ୍ତ ପାଳନ କରିବା ପାଇଁ କହିଥିଲେ ଏହାକୁ ମଧ୍ୟ ପାଳନ କରିଛନ୍ତି।

ବିଚାରପତି ସୁର୍ଯ୍ୟକାନ୍ତ ଓ ବିଚାରପତି ଜେ.କେ ମହେଶ୍ୱରୀଙ୍କ ଖଣ୍ଡପୀଠ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ ମାମଲାର ଗତି ଧିମା ହୋଇ ନାହିଁ। ଆମକୁ ତଳ କୋର୍ଟର ବିଚାରପତିଙ୍କୁ ଏହି ପ୍ରସଙ୍ଗରେ ତିନୋଟି ଚିଠି ମିଳିଛି। ଚିଠି, ଅନୁସାରେ ଏହି ଘଟଣାରେ ତିନିଜଣ ସାକ୍ଷୀଙ୍କ କ୍ରସ-ପରୀକ୍ଷଣ ଶେଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର କ୍ରସ-ପରୀକ୍ଷଣ ଚାଲିଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଟ୍ରାଏଲରେ ସନ୍ତୁଷ୍ଟ। ଏଭଳି ସ୍ଥିତିରେ ଆଶୀଷ ମିଶ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ମଧ୍ୟ ଜାରି ରହିବ। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାକୁ ମେ’ରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।

Related Posts