କଂଗ୍ରେସ ଟିକେଟ ଫେରାଇଦେଲେ ଆଠଗଡ଼ ପ୍ରାର୍ଥୀ ମେହବୁବ୍‌ ଅହମ୍ମଦ ଖାଁ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ):   କଂଗ୍ରେସ ଟିକେଟ ଫେରାଇଦେଲେ ଆଠଗଡ଼ ପ୍ରାର୍ଥୀ ମେହବୁବ୍‌ ଅହମ୍ମଦ ଖାଁ। କଟକ ଲୋକସଭା ପ୍ରାର୍ଥୀ ଚୟନରେ ଖପ୍ପା ହୋଇ ଫେରାଇଲେ ଟିକେଟ୍‌। କଟକ ଲୋକସଭା ଆସନରେ କଂଗ୍ରେସ ବିଭୁତି ମିଶ୍ରଙ୍କୁ ପ୍ରାର୍ଥୀ ନକରିବାରୁ ଖପ୍ପା ହୋଇଥିଲେ ମେହବୁବ।

ବିଭୁତି ମିଶ୍ରଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି । ସୂଚନା ଅନୁସାରେ କଟକ ଲୋକସଭା ଆସନ ପାଇଁ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।

ତେବେ କେବଳ ଆଠଗଡ଼ ନୁହେଁ ଟିକେଟ୍‌ ବଣ୍ଟନକୁ ନେଇ ବିଭିନ୍ନ ସ୍ଥାନରେ କନ୍ଦଳ ଦେଖିବାକୁ ମିଳିଛି । ଜଳେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଥିଲେ ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ରାଜ୍ୟ କଂଗ୍ରେସରେ କିଛି ଆତ୍ମଘାତୀ କାର୍ଯ୍ୟକଳାପ ପାଇଁ ଓଡ଼ିଶାରେ କଂଗ୍ରେସ ଆଗକୁ ଯାଇ ପାରୁନାହିଁ ବୋଲି ସେ କହିଥିଲେ ।

Related Posts