ବିଜେଡି ଛାଡ଼ିଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ):   ବିଜେଡି ଛାଡ଼ିଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। କାକଟପୁର ବିଧାନସଭା ଆସନରୁ ବିଜେଡି ଟିକେଟ୍‌ ନ ପାଇବାରୁ ଅସନ୍ତୁଷ୍ଟ ଥିଲେ ସୁରେନ୍ଦ୍ର । ଯାହାଫଳରେ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ।

 ସୂଚନା ଅନୁସାରେ ୨୦୧୪-୨୦୧୯ ପର୍ଯ୍ୟନ୍ତ କାକଟପୁର ବିଧାୟକ ରହିଥିଲେ ସୁରେନ୍ଦ୍ର ସେଠୀ । କିନ୍ତୁ ୨୦୧୯ରେ ତାଙ୍କ ଟିକେଟ୍ କାଟି ବିଜେପିରୁ ଆସିଥିବା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା । ୨୦୧୯ ନିର୍ବାଚନରେ ଟିକେଟ୍‌ କଟିଥିଲେ ମଧ୍ୟ ସେ ଦଳକୁ ସମର୍ଥନ ଦେଇଥିଲେ। ଆଉ ଚଳିତ ନିର୍ବାଚନରେ ସେ ପୁଣିଥରେ କାକଟପୁର ଆସନରୁ ଟିକେଟ୍‌ ପାଇଁ ଲବିରେ ଥିଲେ । ହେଲେ ୨୦୧୯ ପରି ୨୦୨୪ରେ ମଧ୍ୟ ସେ ଦଳରୁ ନିରାଶ ହେଇଥିଲେ । ୨୦୨୪ରେ ପୁଣିଥରେ କାକଟପୁରରୁ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଆଉ ଏହାପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି ।

Related Posts