ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପ; ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଶାର ସବିତା ଟପ୍ପୋ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୁଏଟରେ ଅନୁଷ୍ଠିତ ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ଓଡିଶାର ସବିତା ଟପ୍ପୋ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସେ ଦେଶ ପାଇଁ ଏହି ସଫଳତା ଆଣିଦେଇଛନ୍ତି । ସେ ୧୪.୧୭ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏହା ପୂର୍ବରୁ ଭୋପାଳରେ ଅନୁଷ୍ଠିତ ୧୮ ବର୍ଷରୁ କମ ଜାତୀୟ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।ଓଡିଶା ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ନେଇ ସବିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡିଶା ରିଲାଏନ୍ସ ଫାଉଣ୍ଡେଶନରେ ସେ ପ୍ରଶିକ୍ଷଣ ନେଉଛନ୍ତି । ଅକ୍ଟୋବର ୧୩ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ସେ ଭାରତ ପକ୍ଷରୁ ୩୫ ଜଣିଆ ଆଥଲେଟ ଟିମରେ ଅଂଶଗ୍ରହଣ କରିଛନ୍ତି ।

ଏହି ପ୍ରତିଯୋଗିତାରେ ଭାରତ କୁଲଦୀପ କୁମାର(ବ୍ରୋଞ୍ଜ), ମୁବାସିନା ମହମ୍ମଦ(ରୌପ୍ୟ), ଆକାଶ ଯାଦବ(ବ୍ରୋଞ୍ଜ), ସିଦ୍ଧାର୍ଥ ଚୌଧୁରୀ(ସ୍ୱର୍ଣ୍ଣ), ଅମିତ ଚୌଧୁରୀ (ସ୍ୱର୍ଣ୍ଣ), ନିକିତା କୁମାରୀ(ବ୍ରୋଞ୍ଜ), ଈଶା ଯାଦବ(ରୌପ୍ୟ), ଅନୁଷ୍କା କୁମ୍ଭ(ବ୍ରୋଞ୍ଜ), ଅର୍ଜୁନ(ରୌପ୍ୟ), ହିଂମାଶୁ ମିଶ୍ର(ବ୍ରୋଞ୍ଜ) ଓ ସବିତା ଟପ୍ପୋ ରୌପ୍ୟ ପଦକ ହାସଲ କରିଛନ୍ତି ।

Related Posts