ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ଆଉ ପଶ୍ଚିମବଙ୍ଗରେ ଆଜି ସରିବ ବିଧାନସଭା ନିର୍ବାଚନର ପ୍ରଚାର । ତେବେ ଏପ୍ରିଲ ୨୩ ତାରିଖରେ ଉଭୟ ରାଜ୍ୟରେ ମତଦାନ ହେବ। ନିର୍ବାଚନ କମିସନଙ୍କ ନିୟମ ଅନୁଯାୟୀ, ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଯିବ, ଯାହା ପରେ ସମସ୍ତ ସାର୍ବଜନୀନ ରାଲି ଏବଂ ରାଜନୈତିକ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯିବ । ତାମିଲନାଡୁରେ ୪,୦୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଡିଏମକେ ଏବଂ ଏଆଇଏଡିଏମକେ ମେଣ୍ଟ ମଧ୍ୟରେ। ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ ଟିଭିକେ ଅନେକ ଆସନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତାରେ ଥିବାର ଦେଖିବାକୁ ମିଳିଛି।