
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିମାଚଳ ବିଧାନସଭା ମୁଖ୍ୟ ଫାଟକରେ ଲାଗିଲା ଖଲିସ୍ଥାନୀ ଝଣ୍ଡା । ସକାଳେ ସ୍ଥାନୀୟ ଲୋକ ବିଧାନସଭା ଭବନର ମୁଖ୍ୟ ଫାଟକରେ ଖାଲିସ୍ତାନର ପତାକା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଧାନସଭାର ମୁଖ୍ୟ ଫାଟକରେ ରଖାଯାଇଥିବା ପତାକା ହଟାଇ ଦେଇଥିଲା । ବିଧାନସଭା ଭବନ ବାହାରେ ଥିବା କାନ୍ଥରେ ‘ଖାଲିସ୍ତାନ’ ଲେଖାଯାଇଥିଲା । ଯାହା ସକାଳେ ପୋଲିସ ଦଳ ଦ୍ୱାରା ଲିଭାଯାଇଥିଲା । ଶିଖ ଫର ଜଷ୍ଟିସ ସଙ୍ଗଠନର ମୁଖ୍ୟ ଗୁରୁପତୱନ୍ତ ସିଂ ପନନୁ ଖଲିସ୍ତାନୀ ପତାକା ଲଗାଇବାକୁ ଧଉଳ ଦେଇ ହିମାଚଳର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।
ଚିଠିରେ ପନନୁ ଧମକ ଦେଇଥିଲେ ଯେ ସେ ଶିମଲାରେ ଜାର୍ନେଲ ସିଂ ଭୀନ୍ଦ୍ରନୱାଲେ ଏବଂ ଖଲିସ୍ତାନର ପତାକା ଲଗାଯିବ । ଏହି ଘଟଣାରେ କାଙ୍ଗଡ଼ା ଏସପି କୁଶଲ ଶର୍ମା କହିଛନ୍ତି ଯେ ବିଳମ୍ବିତ ରାତିରେ କିମ୍ବା ସକାଳେ ଏହି ଘଟଣା ଘଟିଛି । ପୁଲିସ ସଙ୍ଗେ ସଙ୍ଗେ ବିଧାନସଭା ଫାଟକରୁ ଖଲିସ୍ତାନୀ ପତାକା ହଟାଇ ଦେଇଛି । ସେ କହିଛନ୍ତି ଯେ ପଞ୍ଜାବର କେହି ଜଣେ ଯାତ୍ରୀ ଏଭଳି କରିଥାଇ ପାରନ୍ତି । ଏହି ଘଟଣା ସମ୍ପର୍କରେ ଆମେ ଏକ ମାମଲା ରୁଜୁ କରିଛୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।