ଆମେରିକାରେ ବାର୍ଡଫ୍ଲୁ ଆତଙ୍କ: ୩୭ ଲକ୍ଷ କୁକୁଡ଼ା ଓ ଟର୍କି ପକ୍ଷୀ ଙ୍କୁ କରାଗଲା ହତ୍ୟା

ନୂଆଦିଲ୍ଲୀ : ଆମେରିକାରେ ବାର୍ଡଫ୍ଲୁ ଭୁତାଣୁ ଆତଙ୍କ । ଏକାଧିକ ସ୍ଥାନରେ ବାର୍ଡଫ୍ଲୁ ଅଧିକ ମାତ୍ରାରେ ବ୍ୟାପୁଥିବା ନେଇ ଆକ୍ସନ ନେଇ ପ୍ରଶାସନ । ସେଠାରେ ପ୍ରାୟ ୩୭ ଲକ୍ଷ କୁକୁଡ଼ା ଓ ଟର୍କି ପକ୍ଷିଙ୍କୁ ମାରିଦିଆଯାଇଛି । ଏକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରେ କୁହାଯାଇଛି ଯେ ଅୟୋବାରେ ଭ୍ୟାକ୍ସିନେସନ କରାଯଇ ୱିସ୍କୋନସିନ ସହିତ ଲକ୍ଷ ଲକ୍ଷ ପ୍ରାଣୀମାନଙ୍କୁ ହତ୍ୟା କରାଯାଇଛି ।

କାରଣ ଆମେରିକାର କୃଷକମାନେ ପଶ୍ଚିମ ମଧ୍ୟ ଭାଗରେ ବହୁମାତ୍ରାରେ ପକ୍ଷୀମାନଙ୍କୁ ଶୀକାର କରନ୍ତି। ଏହି ବାର୍ଡଫ୍ଲୁ ରୋଗ ଜଙ୍ଗଲୀ ପକ୍ଷିମାନଙ୍କ ଦ୍ୱାରା ବ୍ୟାପୁଛି ଯାହାକି ଓୟବାରେ ବହୁତ ମାତ୍ରାରେ କୁକୁଡ଼ା ଓ ଅଣ୍ଡାଗୁଡ଼ିକ ନଷ୍ଟ କରିଦେଇଛି ରିପୋର୍ଟରେ ଦାବି କରାଯାଇଛି ।

ଏବେ ଖାଦ୍ୟସାମଗ୍ରୀର ଦାମ ବଢ଼ୁଥିବା ବେଳେ ଏପରି ଅଧିକ ମାତ୍ରାରେ ପ୍ରାଣୀ ସମ୍ପଦକୁ ନଷ୍ଟ କରିବା କୁକୁଡ଼ା ପାଳନକୁ ପ୍ରଭାବିତ କରିଛି। କାରଣ ପୂର୍ବମାସରେ ଆମେରିକାରେ ଅଣ୍ଡାର ଖୁଚୁରା ମୂଲ୍ୟ ବହୁତ ବଢ଼ିଯାଇଛି

ଯଦି ପୂର୍ବ ତଥ୍ୟକୁ ଦେଖିବା ତାହେଲେ ୨୦୧୫ ମସିହାରେ ମଧ୍ୟ ଆମେରିକାରେ ବାର୍ଡ ଫ୍ଲୁ କାରଣରୁ ୫୦ ଲକ୍ଷ କୁକୁଡ଼ାଙ୍କୁ ମାରି ଦିଆ ଯାଇଥିଲା। ଲୋଆରେ ଦୁଇ ତୃତୀୟାଂଶ ପକ୍ଷିମାନେ ଏହି କାରଣରୁ ୨୦୧୫ରେ ମୃତ୍ୟୁ ମୁଖର ଶୀକାର ହୋଇଥିଲେ। । ଆମେରିକାର ଲୋଆରୁ ସବୁଠାରୁ ଅଧିକ ଅଣ୍ଡା ଉତ୍ପାଦନ ହୋଇଥାଏ ।

Related Posts