ଦୁବାଇ ବିଜନେସ୍ ମିଟ୍‌ରେ ଯୋଗଦେବାକୁ ଗଲେ ଅତନୁ ସବ୍ୟସଚୀ ନାୟକ ଓ ଦେବୀପ୍ରସାଦ ମିଶ୍ର

ଭୁବନେଶ୍ବର : ଦୁବାଇ ଗସ୍ତରେ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ଉଭୟ ବିଜନେସ୍ ମିଟ୍‌ରେ ଯୋଗଦେବାକୁ ନେଇ ଦୁବାଇ ଗସ୍ତ କରିଛନ୍ତି । ଆସନ୍ତା ୨୯ ତାରଖରେ ଦୁବାଇରେ ଅନୁଷ୍ଠିତ ହେବ ବିଜନେସ୍ ମିଟ୍‌ ।

ଉଭୟ ସୋମବାର ସକାଳୁ ଭୁବେଶ୍ବରରୁ ବାହାରି ଦିଲ୍ଲୀରେ ପହଞ୍ଚିଛନ୍ତି । ଅପରାହ୍ନ ୪ଟାରେ ନୂଆଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିବେ । ବିଜନେସ୍ ମିଟ୍ ସହିତ ପ୍ରବାସୀ ଓଡିଆଙ୍କ ସହ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ୍ ଯାତ୍ରା ସାରି ଦୁବାଇ ଗସ୍ତ କରିଛନ୍ତି । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବିଜନେସ୍ ମିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ର ଯୋଗଦେବେ ।

Related Posts