ଆସିଲା ଶବ ବ୍ୟବଛେଦ ରିପୋର୍ଟ: ଅଢେଇ ମିଟର ରେଞ୍ଜରୁ ପୀତବାସଙ୍କୁ ଗୁଳିମାଡ଼

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟାକାଣ୍ଡର ଶବ ବ୍ୟବଛେଦ ରିପୋର୍ଟ ଆସିଛି। ଏଫ୍‌ଏମ୍‌ଟି ବିଭାଗ ତଦନ୍ତକାରୀ ଅଧିକାରୀଙ୍କୁ ଆଜି ରିପୋର୍ଟ ଦାଖଲ କରିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ପୀତବାସଙ୍କୁ ୨ରୁ ଅଢେଇ ମିଟର ରେଞ୍ଜରୁ ଗୁଳିମାଡ଼ କରାଯାଇଥିଲା। ଗୁଳିମାଡ଼ ପରେ ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଛାନିଆ ଓ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଶରୀରରୁ ପ୍ରାୟ ୪ଲିଟର ରକ୍ତ ନିର୍ଗତ ହୋଇଥିଲା। ଫଳରେ ଗୁରୁତ୍ୱପୂର୍ଣ୍ଣ ଟିସ୍ୟୁ ନଷ୍ଟ ହୋଇଥିଲା।

ତେବେ ଗତ ସୋମବାର ଦିନ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠନଗର ଅଞ୍ଚଳରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ, ରାଜ୍ୟ ବାର୍‌ କାଉନ୍‌ସିଲ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ପଏଣ୍ଟ୍‌ ବ୍ଲାଙ୍କ୍‌ରୁ ଗୁଳି କରି ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହାପଛରେ ସୁପାରିଂ କିଲିଂ ରହିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତକୁ ତ୍ବରାନ୍ବିତ କରିଛି।

ଆଜି ବ୍ରହ୍ମପୁର ପୋଲିସ 5-6 ଜଣଙ୍କୁ ସନ୍ଦେହରେ ଉଠାଇ ଆଣି ପଚରାଉଚରା କରିଛି | ଘଟଣା ଦିନର ସିସିଟିଭି ଯାଞ୍ଚ ପରେ ଏମାନଙ୍କୁ ପଚରାଉଚରା କରାଯାଉଥିବା କହିଛନ୍ତି SP | ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଂଚି ପାରିନି ପୋଲିସ |

Related Posts