ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ସମାଜବାଦୀ ପାର୍ଟି(ଏସ୍ପି) ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ ଅସୁସ୍ଥ ହୋଇପଡ଼ିଛନ୍ତି। ଗତକାଲି ରାତିରେ ନିମୋନିଆ ହେବା ସହ ନିଃଶ୍ୱାସ ନେବାରେ ତାଙ୍କୁ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ମେଦାନ୍ତ ହସ୍ପିଟାଲର କ୍ରିଟିକାଲ କେୟାର ଟିମ୍ ଆଜମ ଖାଁଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ମେଦାନ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
