ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା: ୩ଟା ୩୦ରେ ରଥ ଟଣା ଆରମ୍ଭ

ଭୁବନେଶ୍ୱର: ଆଜି ବାହୁଡ଼ିବେ ବାବା ଲିଙ୍ଗରାଜ | ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ| ଏନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସକାଳ ୬ଟା ୩୦ରୁ ମଙ୍ଗଳ ‌ଆଳତି ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି। ପରେ ଅନ୍ୟ ନୀତିକାନ୍ତି ବଢିବା ସହ ଦିନ ୧ଟା ୩୦ରେ ପହଣ୍ଡି, ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି।

ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଛି। ରଥର ଚକ ଫାଟିବା ଓ ରାସ୍ତା ଦବିବାରୁ ୩ ଦିନରେ ମାଉସୀ ମା’ ମନ୍ଦିର ପହଞ୍ଚିଥିଲା ରଥ।

ସେହିପରି ସୋମବାର ଦିନ ମାଆ ପାର୍ବତୀ,ମାଉସୀ ମାଆ ମନ୍ଦିରରୁ ଫେରି-ଚାହାଣୀ ମଣ୍ଡପ ଫେରୁଥିବା ବେଳେ ପାଲିଙ୍କି ଭାଙ୍ଗିଯାଇଥିଲା। ଯାହାକୁ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା।

Related Posts