ପଶ୍ଚିମବଙ୍ଗ ଉପନିର୍ବାଚନରେ ବାବୁଲ ସୁପ୍ରିୟୋ ଏବଂ ଶତ୍ରୃଘ୍ନ ସିହ୍ନାଙ୍କ ବଡ଼ ବିଜୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଉପନିର୍ବାଚନରେ ବାବୁଲ ସୁପ୍ରିୟୋ ଏବଂ ଶତ୍ରୃଘ୍ନ ସିହ୍ନାଙ୍କ ବଡ଼ ବିଜୟ । ଉପନିର୍ବାଚନରେ ବିରୋଧୀଙ୍କୁ ମାତ ଦେଇ ବାଜି ମାରି ନେଇଛି ତୃଣମୂଳ କଂଗ୍ରେସ । ସେପଟେ ପଶ୍ଚିବଙ୍ଗର ବାଲିଗଞ୍ଜ ଆସନରୁ ବିଧାୟକ ଭାବେ ବାବୁଲ ସୁପ୍ରିୟୋ ପ୍ରତିଦ୍ୱନ୍ଦିତା କରୁଥିଲେ। ଏଠାରେ ବାବୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି। ସେହିପରି ଏମିପି ପାଇଁ ଆସନସୋଲରେ ହୋଇଥିବା ଭୋଟ୍ରେ ମଧ୍ୟ ଟିଏମସିର ବିଜୟ ଲାଭ କରିଛି। ଆସନସୋଲ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା ଶତ୍ରୁଘ୍ନ ସିହ୍ନା ମଧ୍ୟ ବାଜିମାତ କରିଛନ୍ତି ।

ସେ ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି ବିଜୟ ପାଇଁ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆସନସୋଲ ଲୋକସଭା ଏବଂ ବାଲିଗଞ୍ଜ ବିଧାନସଭା ନିବାଚନମଣ୍ଡଳୀର ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୁଁ ଜନତାଙ୍କୁ ସାଲ୍ୟୁଟ ଜଣାଉଛି ବୋଲି ସେ କହିଛନ୍ତି। ଆସନସୋଲ ଲୋକସଭା ଆସନ ପାଇଁ ୧୫ ଲକ୍ଷ ଭୋଟର ମତଦାନ କରିଥିବା ବେଳେ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ୨.୫ ଲକ୍ଷ ଭୋଟର ମତଦାନ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts