ପଶ୍ଚିମବଙ୍ଗ ଉପନିର୍ବାଚନରେ ଲୋକମାନେ ବିଜେପିର ଗର୍ବକୁ ଭାଙ୍ଗିଦେଲେ: ବାବୁଲ ସୁପ୍ରିୟୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଉପନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ ଉପନିର୍ବାଚନରେ ମଧ୍ୟ ତୃଣମୂଳ କଂଗ୍ରେସ ବାଜି ମାରିନେଇଛି । ସେପଟେ ବିରୋଧୀ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ଆସନରେ ଜିତି ପାରି ନାହିଁ । ଏହାକୁ ନେଇ ଟିଏମସି ନେତା ବାବୁଲ ସୁପ୍ରିୟୋ ବଡ଼ ବୟାନ ଦେଇଛନ୍ତି । ତେବେ ଲୋକମାନେ ବିଜେପିର ଗର୍ବ ଭାଙ୍ଗି ଦେଇଛନ୍ତି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି। ଏହା ସହ ଟିଏମସି ଆସାନସୋଲରେ ଜିତିବା ଏକ କାବ୍ୟିକ ନ୍ୟାୟ। ଏହି ଆସନରେ ମୁଁ ମୋ ନିଜ କ୍ରେଡିଟ୍ରେ ଜିତିଛି। ଆଜି ଲୋକେ ବିଜେପିର ଗର୍ବ ଭାଙ୍ଗିଛନ୍ତି। ବିଜୟର ଶ୍ରେୟ ମମତା ବାନାର୍ଜୀଙ୍କୁ ଯାଉଛି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି । ସେପଟେ ପୂର୍ବରୁ ବାବୁଲ ସୁପ୍ରିୟୋ ବିଜେପିରେ ଥିଲେ । ଏପରିକି ବିଜେପି ସରକାରରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିଥିଲେ । ହେଲେ ହଠାତ ବିଜେପି ବିରୋଧରେ ବୟାନ ଦେଇ ତୃଣ ମୂଳ କଂଗ୍ରେସରେ ଯାଇ ମିଶିଯାଇଥିଲେ ।

ଅନ୍ୟପଟେ ଏପ୍ରିଲ ୧୨ ତାରିଖରେ ରାଜ୍ୟରେ ଉପନିର୍ବାଚନ ହୋଇଥିଲା। କାରଣ ବାବୁଲ ସୁପ୍ରିୟୋ ଆସାନସୋଲ୍ରୁ ଇସ୍ତଫା ଦେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ ବାଲିଗଞ୍ଜ ଆସନରୁ ପୂର୍ବତନ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କର ମୃତ୍ୟୁ ହେବା ପରେ ଏହି ଅସନଟି ବି ଖାଲି ପଡ଼ିଥିଲା। ଫଳରେ ଏହି ଦୁଇ ଆସନ ପାଇଁ ନିର୍ବାଚନ ହୋଇଛି।
ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଆସାନସୋଲ ଆସନ ପାଇଁ ପାଖାପାଖି ୧୫ ଲକ୍ଷ ଭୋଟ ଦେଇଥିଲେ। ସେହିପରି ଦକ୍ଷିଣ କୋଲକାତାର ବାଲିଗଞ୍ଜ ଆସନ ପାଇଁ ପ୍ରାୟ ଅଢ଼େଇ ଲକ୍ଷ ଲୋକ ଭୋଟ ଦେଇଥିଲେ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts