ଉପବାଚସ୍ପତିଙ୍କ ଦ୍ୱାରା ଶପଥ ନେଲେ ବାବୁଲ ସୁପ୍ରିୟୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉପବାଚସ୍ପତିଙ୍କ ଦ୍ୱାରା ଶପଥ ନେଲେ ବାବୁଲ ସୁପ୍ରିୟୋ । ସେପଟେ ଶପଥ ଗ୍ରହଣକୁ କେନ୍ଦ୍ରକରି ନବ ନିର୍ବାଚିତ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ବାବୁଲ ସୁପ୍ରିୟୋ ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଶେଷରେ ରାଜ୍ୟପାଳ ଧନଖରଙ୍କର ଜିତ୍‌ ହୋଇଛି। ରାଜ୍ୟପାଳ ଜଗଦୀପ ଧନଖର ନବ ନିର୍ବାଚିତ ବିଧାୟକ ବାବୁଲ ସୁପ୍ରିୟୋଙ୍କୁ ସଦସ୍ୟ ଭାବେ ଶପଥପାଠ କରାଇବା ପାଇଁ ଉପବାଚସ୍ପତିଙ୍କୁ ମନୋନୀତ କରି ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରେ କୌଣସି ପରିସ୍ଥିତିରେ ଆଉ ପରିବର୍ତ୍ତନ କରିବେ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ ପରେ ଶେଷରେ ନବ ନିର୍ବାଚିତ ଟିଏମସି ବିଧାୟକ ବାବୁଲ ସୁପ୍ରିୟୋ ବୁଧବାର ପଶ୍ଚିମବଙ୍ଗ ବିଧାନସଭାର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏଥିସହ ସୁପ୍ରିୟୋଙ୍କୁ କିଏ ଶପଥ ଗ୍ରହଣ କରାଇବ ସେ ନେଇ ସପ୍ତାହେ ଧରି ଲାଗି ରହିଥିବା ଅନିଶ୍ଚିତତାର ମଧ୍ୟ ସମାପ୍ତି ଘଟିଛି। ଗତ ମାସରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ବାଲିଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଗାୟକରୁ ରାଜନେତା ହୋଇଥିବା ବାବୁଲ ସୁପ୍ରିୟୋଙ୍କୁ ବିଧାନସଭାର ଉପବାଚସ୍ପତି ଆଶିଷ ବାନାର୍ଜୀ ବୁଧବାର ଶପଥ ଗ୍ରହଣ କରାଇଥିଲେ। ଐତିହାସିକ ପଶ୍ଚିମବଙ୍ଗ ବିଧାନସଭାର ଅଂଶ ହେବା ବହୁତ ଭଲ ଲାଗୁଛି ଏବଂ ଏହା ମୋତେ ଏକ ନୂତନ ଅଭିଜ୍ଞତା ହେବାକୁ ଯାଉଛି ବୋଲି ଶପଥ ଗ୍ରହଣ କରିବା ପରେ କହିଛନ୍ତି ବାବୁଲ ସୁପ୍ରିୟୋ।

Related Posts