କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନି: ସ୍ୱତନ୍ତ୍ର ରିଲିଫ କମିସନର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନି । ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା-ମଛଲିପଟନମ୍ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନି । ଅସାନି ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଅବପାତର ରୂପନେବ ଓ ଦୁର୍ବଳ ହୋଇଯିବ। ଓଡ଼ିଶାର କିଛି କ୍ଷତି ହେବ ନାହିଁ , ସେଭଳି କିଛି ଆଶଙ୍କା ନାହିଁ। ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ମାଲକାନାଗିରି, କୋରାପୁଟ, ରାୟଗଡା ,ନବରଙ୍ଗପୁର, ଗଞ୍ଜାମ,କେନ୍ଦୁଝର,ବାଲେଶ୍ଵର,ମୟୁରଭଞ୍ଜ ଓ ଗଜପତି ଜିଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅଗ୍ନିଶମ ଓ ଓଡ୍ରାଫ ଆଲର୍ଟରେ ରହିଛନ୍ତି ଯଦି ଆବଶ୍ୟକ ପଡେ ତେବେ ସେମାନଙ୍କ ପାଖରେ ସବୁ ସରଞାମ ରହିଛି । କୌଣସି ଅସୁବିଧା ହେବ ନାହିଁ। ଯଦି କୌଣସି ସ୍ଥାନରେ କିଛି ସମସ୍ୟା ଉପୁଜେ ତେବେ ସ୍ଥାନୀୟ ପ୍ରଶାସନ ତାହାର ସମାଧାନ କରିବ ।

ବାତ୍ୟାର ‘ଅସାନି’କୁ ନେଇ ପାଣିପାଗ ବିଭାଗ ଯେତେ ସବୁ ଆକଳନ କରିଥିଲା, ତାହା ଶେଷ ମୁହୂର୍ତରେ ବଦଳିଗଲା। ଦିଗ ବଦଳାଇ କିଛି ବାଟ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ। ତେବେ ‘ଅସାନି’କୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଛୁଇଁବ ବାତ୍ୟା ଜ୍ଝ ଅସାନି ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଅବପାତର ରୂପନେବ ଓ ଦୁର୍ବଳ ହୋଇଯିବ। ଓଡ଼ିଶାର କିଛି କ୍ଷତି ହେବ ନାହିଁ , ସେଭଳି କିଛି ଆଶଙ୍କା ନାହିଁ। ଓଡ଼ିଶାରେ ବର୍ଷା ଅଧିକ ହେବାର ଆଶଙ୍କା ସୃଷ୍ଟି ହେଉନାହିଁ । ସେହିପରି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଆଲର୍ଟରେ ରହିଛନ୍ତି ଯଦି ଆବଶ୍ୟକ ପଡେ ତେବେ ସେମାନଙ୍କ ପାଖରେ ସବୁ ସରଞ୍ଜାମ ରହିଛି । କୌଣସି ଅସୁବିଧା ହେବ ନାହିଁ। ସେହିପରି ଓଡ଼ିଶାର କୌଣସି ସ୍ଥାନ ଜଳମଗ୍ନ ହୋଇନାହିଁ ଓ ପ୍ରତିକୂଳ ପରିସ୍ଥିତି ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ବୋଲି ଏସଆରସି କହିଛନ୍ତି ।

Related Posts