ବଢ଼ିଲା ଠାକରେଙ୍କ ଅଡୁଆ: ଆୟ ବହିର୍ଭୂତ ସମ୍ପତ୍ତି ନେଇ ହାଇକୋର୍ଟରେ ଶୁଣାଣି

ମୁମ୍ୱାଇ : ଅଡ଼ୁଆରେ ଉଦ୍ଧବ ଠାକରେଙ୍କ ପରିବାର । ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମି ଠାକରେ ଏବଂ ପୁଅ ଆଦିତ୍ୟ ଏବଂ ତେଜଙ୍କ ବିରୋଧରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା ।

ଏହି ମାମଲା ଆଧାରରେ ଠାକରେ ପରିବାରର ଆୟ ବହିର୍ଭୂତ ସମ୍ପତ୍ତି ଉପରେ ଇଡି, ସିବିଆଇ ଯାଞ୍ଚ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି ହେବ ।

ସୂଚନା ଥାଉକି, ୩୮ ବର୍ଷୀୟ ଗୌରୀ ଏବଂ ୭୮ ବର୍ଷୀୟ ଅଭୟ ଭିଡେଙ୍କ ଦ୍ୱାରା ପିଏଲ ଦାଖଲ କରାଯାଇଛି ।
ଠାକରେଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?

ଗୌରୀଙ୍କ ପିଟିସନରେ ଅଭିଯୋଗ ହୋଇଛି ଯେ ଶିବସେନା ସୁପ୍ରିମୋ, ତାଙ୍କ ପୁତ୍ର ଆଦିତ୍ୟ ଏବଂ ରଶ୍ମୀ କୌଣସି ନିର୍ଦ୍ଦିଷ୍ଟ ସେବା, ବୃତ୍ତି ଏବଂ ବୃତ୍ତିକୁ ସେମାନଙ୍କର ସରକାରୀ ଆୟର ଉତ୍ସ ଭାବରେ ପ୍ରକାଶ କରିନାହାଁନ୍ତି । ତଥାପି ସେମାନଙ୍କର ମୁମ୍ବାଇ, ରାଇଗଡ ଜିଲ୍ଲାର ସମ୍ପତ୍ତି ଥିଲା ଯାହା କୋଟିଏରୁ ଅଧିକ ହୋଇପାରେ ।

ଆହୁରି ମଧ୍ୟ ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ଠାକରେ ବେଆଇନ ଭାବେ ଟଙ୍କା ସଂଗ୍ରହ କରିଛନ୍ତି । ଏହି ଆବେଦନରେ ଦର୍ଶାଯାଇଛି ଯେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ତାଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ରେଡ୍‌ରେ ଏହା ସ୍ପଷ୍ଟ ହୋଇଛି ଯେ କେୁଁଠି ନାଁ କେଉଁଠି ତାଙ୍କ ପାଖରେ ଆୟରୁ ଅଧିକ ସମ୍ପତ୍ତି ରହିଛି ।

Related Posts