‘କେନ୍ଦ୍ରକୁ ଅନୁରୋଧ, ରାଜ୍ୟପାଳ ରୂପରେ ଆମକୁ ପଠାଇଥିବା ଆମାଜନ ପାର୍ସଲକୁ ଫେରାଇ ନିଅନ୍ତୁ’: ଉଦ୍ଧବ ଠାକରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଛତ୍ରପତୀ ଶିବାଜୀ ମହାରାଜାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଏହାସହ ଉଦ୍ଧବ ରାଜ୍ୟପାଳଙ୍କୁ କେନ୍ଦ୍ର ଦ୍ୱାରା ପଠାଯାଇଥିବା ଆମାଜନ ପାର୍ସଲ କହି ତାଙ୍କୁ କଟାକ୍ଷ କରିବା ସହ ଫେରାଇ ନେବା ପାଇଁ କହିଛନ୍ତି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ ଆପଣ ରାଜ୍ୟପାଳ ରୂପରେ ଆମକୁ ଯେଉଁ ଆମାଜନ ପାର୍ସଲ ପଠାଇଛନ୍ତି, ତାକୁ ଫେରାଇ ନିଅନ୍ତୁ।’ ଏପରିକି ରାଜ୍ୟପାଳଙ୍କୁ କୌଣସି ବୃଦ୍ଧାଶ୍ରାମ ପଠାଯିବା ଦରକାର ବୋଲି ଉଦ୍ଧବ ଠାକରେ କହିଛନ୍ତି । ରାଜ୍ୟପାଳ କୋଶିଆରିଙ୍କୁ ହଟା ନଗଲେ ଏହା ବିରୋଧରେ ପ୍ରଦର୍ଶନ କରାଯିବ ବୋଲି ଉଦ୍ଧବ ଚେତାବନୀ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରି ଛତ୍ରପତୀ ଶିବାଜୀ ମହାରାଜଙ୍କ ସହ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ତୁଳନା କରିଥିଲେ । ଶିବାଜୀ ମହାରାଜ ପୁରୁଣା ହୋଇସାରିଛନ୍ତି ଏବଂ ଆଜିର ସମୟରେ ବିଆର ଆମ୍ୱେଦକର ଏବଂ ନିତିନ ଗଡକରୀ ଲୋକଙ୍କ ଆଦର୍ଶ ବୋଲି ଗତ ଶନିବାର ରାଜ୍ୟପାଳ କହିଥିଲେ । ଏହି ବୟାନ ପରେ ମହାରାଷ୍ଟ୍ରରେ ରାଜନୈତିକ ବାୟନବାଜି ଜୋର ହୋଇଛି । ରାଜ୍ୟରେ ବିଜେପିର ସହଯୋଗୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲା ।

Related Posts