ବାହାନଗା ରେଳ ଦୁର୍ଘଟଣା: ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଚିହ୍ନଟ ହେଲାଣି ୯୫ ମୃତଦେହ, ମୃତକଙ୍କ ପରିବାରକୁ ଦିଆଗଲାଣି ୬ କୋଟି ୯୦ ଲକ୍ଷ ଟଙ୍କା କ୍ଷତିପୂରଣ

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପରେ ବାଲେଶ୍ୱରରେ ଚିହ୍ନଟ ହୋଇପାରିନଥିବା ମୃତଦେହ ଗୁଡିକୁ ଭୁବନେଶ୍ୱର ଅଣାଯାଇଥିଲା। ଏବେ ଭୁବନେଶ୍ୱରରର କେଉଁ ହସ୍ପିଟାଲରେ କେତେ ମୃତଦେହ ରହିଛି, କେତେଜଣ ଚିହ୍ନଟ ହେଲେଣି,କେତୋଟି ମୃତଦେହ ପରିବାର ଲୋକ ନେଲେଣି ଏବଂ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି ତାର ସମ୍ପୂର୍ଣ୍ଣ ତଥ୍ୟ ମିଳିଛି।

ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୯୩ଟି ମୃତଦେହ ରହିଥିବା ବେଳେ ସେଥିମଧ୍ୟରୁ ୯୫ ମୃତଦେହ ଚିହ୍ନଟ ହୋଇଛି। ଏଯାଏ ମୃତକଙ୍କ ପରିବାରକୁ ୬ କୋଟି ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଗଲାଣି। କେବେଳ ଭୁବନେଶ୍ୱର ଏମ୍ସରେ ୧୨୩ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୭୧ଟି ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୬୨ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୪ କୋଟି ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

ସେପଟେ କ୍ୟାପିଟାଲ ହସ୍ପିଟାଲରେ ୧୪ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୪ଟି ଚିହ୍ନଟ ହୋଇଛି। ୩ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସମ୍ ହସ୍ପିଟାଲରେ ୨୦ଟି ମୃତଦେହ ମଧ୍ୟରୁ ୯ଟି ଚିହ୍ନଟ ହୋଇଛି। ୯ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ହାଇ ଟେକ ହସ୍ପିଟାଲରେ ୧୦ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୨ଟି ଚିହ୍ନଟ ହୋଇଛି। ୨ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ଅପରପକ୍ଷରେ କିମ୍ସ ହସ୍ପିଟାଲରେ ୨୦ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୭ଟି ଚିହ୍ନଟ ହୋଇଛି। ୭ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ଠିକ୍ ସେହିପରି ଆମରି ହସ୍ପିଟାଲରେ ୬ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୨ଟି ଚିହ୍ନଟ ହୋଇଛି। ଗାେଟିଏ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

Related Posts