
ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ଚିତ୍ର ମନରୁ ଲିଭିନଥିଲା ବେଳେ ଆଜି ପୁଣି ଏକ ଏକ୍ସପ୍ରେସରେ ଅଘଟଣ ଘଟିଛି | ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି। ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଦେଖିଥିଲେ। ପରେ ଏହାକୁ ଆୟତ୍ତ କରାଯାଇଛି| ଏଥିରେ କେହି ମୃତାହତ ହୋଇନାହାନ୍ତି।
ତେବେ ଧୂଆଁକୁ ନିର୍ବାପିତ କରାଯାଇଥିଲେ ମଧ୍ୟ ସେହି ବଗିରେ ଯିବାକୁ ଯାତ୍ରୀମାନେ ଯିବାକୁ ଅମଙ୍ଗ ହୋଇଛନ୍ତି। ଯାତ୍ରୀମାନେ ବଗି ବଦଳାଇବା ପାଇଁ ଦାବି କରିଛନ୍ତି। ଏହି ବଗିରେ ଯାତ୍ରା କରିବା ସମୟରେ ପୁଣି ଅଘଟଣ ଘଟିଲେ କ’ଣ କରିବେ ବୋଲି ଯାତ୍ରୀମାନେ ପ୍ରଶ୍ନ କରିଛନ୍ତି। ତେବେ ସର୍ଟ ସର୍କିଟ ଯୋଗୁଁ ବଗିରେ ଧୂଆଁ ବାହାରୁଥିଲା ଓ ଏହାକୁ ଆୟତ୍ତ କରାଯାଇଥିବା ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି |