ବଲାଙ୍ଗିର ପଞ୍ଚାୟର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିବା ମାମଲା: ୨ ଜଣ ଗିରଫ

ବଲାଙ୍ଗିର: ପଇସା ହାତରେ ଲାଗିଲା ଅଭିଯୁକ୍ତ | ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ବାଗଡ଼ୋର ପଞ୍ଚାୟର ସମିତି ସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି | ବେଲପଡ଼ା ପୁଲିସ୍ ସେମାନଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପାଟଣାଗଡ଼ ଥାନା ଝୁଲେନବର ଗାଁର ସୀତାରାମ ବିନ୍ଧାଣୀ ଓ ପାଟଣାଗଡ଼ ସହରର ରାମପାଲି ପଡ଼ାର ରବି ଶାଣ୍ଡ। ପୁଲିସ୍ ସେମାନଙ୍କୁ ପାଟଣାଗଡ଼ ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହୋଇଯିବା ପରେ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ସନ୍ଧ୍ୟାରେ ସୀତାରାମ ବିନ୍ଧାଣୀ, ରବି ଶାଣ୍ଡ ଓ ବରଗଡ଼ ଜିଲ୍ଲା ପଦ୍ମପୁରର ଜଣେ ଯୁବକ ବନମାଲ ଗାଁକୁ ଯାଇ ଲୋକନାଥ ବିଶ୍ୱାଳକୁ ଗୁଳି କରି ହତ୍ୟା କରିଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯାଉଥିବା ବେଳେ ଲାଠୋର ପୁଲିସ ସେମାନଙ୍କୁ ଲାଠୋର ସହର ଭିତରେ କାବୁ କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ପଦ୍ମପୁରର ଯୁବକ ଜଣଙ୍କ ଫେରାର ହେବାରେ ସଫଳ ହୋଇଥିଲେ।

ଅନ୍ୟପକ୍ଷରୁ ମୃତ୍ୟୁ ପୂର୍ବରୁ ଲୋକନାଥ ବିଶ୍ୱାଳ ତାଙ୍କ ଗାଁର ବସୁ ବିଶ୍ୱାଳ, ଗିରିଧାରୀ ସା ଓ ନୟନ୍ତ ବିଶ୍ୱାଳଙ୍କ ନାଁ କହିଥିଲେ। ପୁଲିସ ଏହି ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Posts