ବେକାବୁ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର: ୧୦ ଦିନ ମଧ୍ୟରେ ମୂଲ୍ୟରେ ୯ମ ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ଭାବେ ଦେଶରେ ଏବେ ବଢି ଚାଲିଛି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର | ଆଜି ଲିଟର୍‌ ପିଛା ୮୦ ପଇସା ବୃଦ୍ଧି ପାଇଥିବା ବେଳେ, ଏହା ଗତ ୧୦ ଦିନ ମଧ୍ୟରେ ୯ମ ବୃଦ୍ଧି।

ସେହି ଅନୁସାରେ, ଆଜି ସକାଳ ୭.୩୩ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ‘ହାଇୱେ ଡିଜେଲ୍‌ ସେଣ୍ଟର୍‌’ରେ ପେଟ୍ରୋଲ୍‌ ୮୬ ପଇସା ଓ ଡିଜେଲ୍‌ ୮୫ପଇସା ବୃଦ୍ଧି ପାଇ ଲିଟର୍‌ପିଛା ଯଥାକ୍ରମେ ଟ. ୧୦୮.୬୫ ଓ ଟ. ୯୮.୪୨ ରେ ବିକ୍ରୟ ହେଉଛି ବୋଲି ‘ଇଣ୍ଡିଆନ୍‌ ଅଏଲ୍‌’ ସୂଚନା ଦେଇଛି।

ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଆଜି ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୧.୮୧ ଏବଂ ଡିଜେଲ୍‌ ଲିଟର୍‌ପିଛା ଟ. ୯୩.୦୭ରେ ବିକ୍ରୟ ହେଉଛି।

ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ୮୪ ପଇସା ବୃଦ୍ଧି ପାଇ ଟ. ୧୧୬.୭୨ ଏବଂ ଡିଜେଲ୍‌ ମଧ୍ୟ ଲିଟର୍‌ପିଛା ୮୪ ପଇସା ବୃଦ୍ଧି ପାଇ ଟ. ୧୦୦.୯୪ରେ ବିକ୍ରୟ ହେଉଛି।

ସେହିପରି, ଚେନ୍ନାଇରେ ୭୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୭.୪୫ ଏବଂ ଡିଜେଲ୍‌ ଲିଟର୍‌ପିଛା ଟ. ୯୭.୫୨ ବିକ୍ରୟ ହେଉଛି। କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଦର ଟ. ୧୧୧.୩୫ ଥିବା ବେଳେ ଡିଜେଲ୍‌ ଲିଟର୍‌ପିଛା ଦର ଟ. ୯୬.୨୨ରେ ବିକ୍ରି ହେଉଛି।

ସାଢ଼େ ୪ ମାସ ଅପରିବର୍ତ୍ତିତ ରହିବାପରେ ମାର୍ଚ ୨୨ ଠାରୁ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ହେଉଛି ଇନ୍ଧନ ଦରର ୮ମ ବୃଦ୍ଧି। ସେହି ହିସାବରେ ମୋଟାମୋଟି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଟ. ୬.୪୦ ବୃଦ୍ଧି ପାଇଲାଣି।

ସୂଚନାଯୋଗ୍ୟ, ପ୍ରଥମ ୪ଥରରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ୮୦ ପଇସା ବୃଦ୍ଧି ପାଇଥିଲା। ତା’ପରେ ପେଟ୍ରୋଲ୍‌ ୫୦ ପଇସା ଓ ଡିଜେଲ୍‌ ୩୦ ପଇସା ବୃଦ୍ଧି ପାଇଥିଲା। ପରବର୍ତ୍ତି ସମୟରେ ଡିଜେଲ୍‌ ୫୫ ପଇସା ଏବଂ ପେଟ୍ରୋଲ୍‌ ୩୫ ପଇସା ବୃଦ୍ଧି ହେଲା। ପରେ ମଙ୍ଗଳବାର ଦିନ ପେଟ୍ରୋଲ୍‌ ଦର ଲିଟର୍‌ପିଛା ୮୦ ପଇସା ଏବଂ ଡିଜେଲ୍‌ ୭୦ ପଇସା ବୃଦ୍ଧି ପାଇଥିଲା। ବୁଧବାର ଦିନ ମଧ୍ୟ ଉଭୟ ଇନ୍ଧନ ଦର ୮୦ ପଇସା ବୃଦ୍ଧି ପାଇଥିଲା।

ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

Related Posts