ବାଲିପାଟଣା ତହସିଲଦାରଙ୍କୁ ମାଡ ଘଟଣା: ସଂପୃକ୍ତ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍

ବାଲିପାଟଣା : ବାଲିପାଟଣା ତହସିଲଦାରଙ୍କୁ ମାଡ ଘଟଣାକୁ ନେଇ ଆକ୍ସନ ନେଇଛି ବାଲିପାଟଣା ପୋଲିସ୍ । ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୪ ଜଣ ଯୁବକଙ୍କୁ ଉଠାଇ ଆଣିଛି ପୋଲିସ୍ । ସମସ୍ତ ୪ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।

ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ୨ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି । ଖୁବ୍ ଶିଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କୃପାସିନ୍ଧୁ ବରାଡ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଦିନ ଏକ ବାଲି ବୋଝେଇ ହାଇୱା ଟ୍ରକ୍ କୁ ଜବତ କରିବା ବେଳେ ଟ୍ରକ୍‌ ମାଲିକ ସୟଦ ସାହିଲ୍, ସୟଦ ରାହିଲ୍ , ସେଖ୍ ଅବଦୁଲ୍ ଜଲିଲ୍ ଏବଂ ଅନ୍ୟମାନେ ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଏମାନଙ୍କ ମାଡରେ ତହସିଲଦାର ଆହାତ ହୋଇ ଥିଲେ । ଏ ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ । ତେବେ ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ।

Related Posts