୪ ଦିନିଆ ଭାରତ ଗସ୍ତ ଅବସରରେ ଦିଲ୍ଲୀରେ ପହଞ୍ଚିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଭାରତ ଗସ୍ତ ଅବସରରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଭାରତ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ପର୍ଦ୍ଧନା ପ୍ରଦାନ କରାଯାଇଛି। ତେବେ ୨୦୧୯ରେ ଦ୍ଵିତୀୟ ଥର ମୋଦି ସରକାର ଆସିବା ପରେ ଏହା ହାସିନା ଙ୍କ ପ୍ରଥମ ଭାରତ ଗସ୍ତ। ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ସୁଧାର ଆଣିବାରେ ଏହି ଗସ୍ତ ସହାୟକ ହେବ ବୋଲି କୁହାଯାଉଛି।

ହାସିନା ତାଙ୍କ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଭେଟିବେ।ଏଥିସହ ସେ ଦ୍ୱିପାକ୍ଷିକ ସମ୍ପର୍କ ସହ କେତେକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସହ ଆଲୋଚନା କରିବେ। ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସମୟରେ ବିଚାରାଧୀନ ତଥା ନିୟମିତ ଦ୍ୱିପାକ୍ଷିକ ପ୍ରସଙ୍ଗ ବ୍ୟତୀତ ଦକ୍ଷିଣ ଏସିଆରେ ପ୍ରତିରକ୍ଷା ସହଯୋଗ ଏବଂ ସ୍ଥିରତା ମୁଖ୍ୟ ବିଷୟ ହେବ ବୋଲି କୁହାଯାଉଛି।

Related Posts