ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ: ଖୋଲା ରହିଛି ଏସ୍‌ବିଆଇ

ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ କରାଯାଉଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରିବା ପ୍ରତିବାଦରେ ଏହି ଧର୍ମଘଟ କରାଯାଉଛି । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ପରିସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ତେବେ ଏଥିରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମିଲ ହୋଇ ନାହିଁ । ଫଳରେ ଏସ୍‌ବିଆଇ ଗ୍ରାହକୁ ଆଶ୍ୱସ୍ତି ମିଳିଛି ।

ଆନ୍ଧ୍ର, ଆହ୍ଲାବାଦ, ସିଣ୍ଡିକେଟ, କର୍ପୋରେସନ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଅଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଆଜି ବନ୍ଦ ରହିଛି । ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ କାର୍ଯ୍ୟବନ୍ଦ କରି କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରୁଛନ୍ତି । ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କ ବିଲୟକୁ ତୀବ୍ର ବିରୋଧ କରାଯାଇଛି । ଏ ନିଷ୍ପତ୍ତି ବଦଳାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ସରକାର ୧୦ ରାଷ୍ଟ୍ରାୟତ ବ୍ୟାଙ୍କର ବିଲୟ କରି ୪ଟି ବଡ ବ୍ୟାଙ୍କ କରିବାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ଏସବିଆଇ ଏହି ଧର୍ମଘଟାରେ ସାମିଲ ହୋଇ ନ ଥିବାରୁ ଏହା ଖୋଲା ରହିଛି ।

Related Posts