ବାଇକ୍‌କୁ ଧକ୍କା ଦେଇ ଓଲଟିଲା ବସ୍, ୧୦ ଯାତ୍ରୀ ଆହତ

ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳ ନିକଟରେ ଏକ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା। ଏହାଫଳରେ ୮ ଜଣ ବସଯାତ୍ରୀ ଗୁରୁତର ହୋଇଥିବା ଜଣାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶ୍ରୀଦୁର୍ଗା ନାମକ ଏକ ଘରୋଇ ବସ୍ ସକାଳୁ ପୁରୀରୁ ଭୁବନେଶ୍ୱର ଅଭିମୁଖ ଯାଉଥିଲା । ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୮ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ପୁରୀ ଜିଲ୍ଲା ସଦର ମୁଖ୍ୟ ମହକୁମା ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

Related Posts