କରୋନା ପାଇଁ ବଦଳିଲା ବ୍ୟାଙ୍କିଙ୍ଗ୍ ସମୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ବଢୁଥିବା କରୋନା ସ୍ଥିତିକୁ ନଜରରେ ରଖି ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି । ଗ୍ରାହାକ ସେବା ସକାଳ ୧୦ରୁ ଅପରାହ୍ନ ୪ ଟା ପରିବେର୍ତ୍ତ ଦିନ ୨ଟା ଯାଏଁ ଉପଲବ୍ଧ ରହିବ । ସେହିପରି ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୫ ଟା ଯାଏଁ ବ୍ୟାଙ୍କ ଖୋଲା ରହିବ । ଏହି ନୂଆ ନିୟମ ଆସନ୍ତା ୧୫ ତାରିଖ ଯାଏଁ ଏହି ନିୟମ ସମୟ ଲାଗୁ ରହିବ । ଦେଶରେ କରୋନା ମହାମାରୀ ଏହାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ସଂକ୍ରମାଣକୁ ଦୃଷ୍ଟିରେ ରଖି କରୋନା କଟକଣାକୁ ମଧ୍ୟ କଡାକଡି କରାଯାଇଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୯୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୩,୧୩,୧୬୩ରେ ପହଞ୍ଚିଛି। ଅପରପକ୍ଷରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୮୧୨ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ମୃତକଙ୍କ ସଂଖ୍ୟାକୁ ମିଶାଇ ସାରା ଦେଶରେ ୧,୯୫,୧୨୩ ଜଣ ଏଯାବତ୍ କରୋନାରେ ପ୍ରାଣ ହରାଇଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା ୨୮,୧୩,୬୫୮ ସକ୍ରିୟ ମାମଲା ରହିଛି। ସେହିପରି ଗତ ୨୪ ଘଣ୍ଟାରେ ୨,୧୯,୨୭୨ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related Posts