ଆମେରିକା, ଚାଇନା ଓ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ଵରେ ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଶ୍ୱର ସ୍ୱାସ୍ଥ୍ୟ ଏବଂ ଆର୍ଥନୌତିକ ସଙ୍କଟ ସେତ୍ତ୍ୱ ୨୦୨୦ ରେ ସାମରିକ ଖର୍ଚ୍ଚ ବୃଦ୍ଧି ପାଇଛି । ଏ ନେଇ ସ୍ୱେଡନର ଏକ ରିସର୍ଚ୍ଚ ସଂସ୍ଥା SIPRI ରିପୋର୍ଟ କରିଛି । ପ୍ରାୟ ଦୁଇ ତୃତୀୟାଂଶ ଖର୍ଚ୍ଚ କେବଳ ପାଞ୍ଚଟି ଦେଶର ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସୋମବାର SIPRI ଦ୍ୱାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱର ମୋଟ ପ୍ରତିରକ୍ଷା ଖର୍ଚ୍ଚ ୨୦୨୦ ରେ ୨.୬ ବୃଦ୍ଧି ପାଇ ପ୍ରାୟ ୨ ଟ୍ରିଲିୟନ ଡଲାରେ ପହଞ୍ଚିଛି । ବିଶ୍ୱବ୍ୟାପୀ ଜିଡିପିରେ ହ୍ରାସ ସତ୍ତ୍ୱେ ୨୦୨୯ ରେ ୨.୨% ବୃଦ୍ଧି ପାଇଥିବା ବେଳେ ଏହା ୨୦୨୦ରେ ଏହା ବଢି ୨.୪% ରେ ପହଞ୍ଚିଛି । ୨୦୦୯ ଆର୍ଥିକ ସଙ୍କଟ ପରଠାରୁ ସାମରିକ ଖର୍ଚ୍ଚ ବୃଦ୍ଧି ପାଇଛି । SIPRI ଜଣେ ରସର୍ଚ୍ଚରଙ୍କ ସୂଚନା ମୁତାବକ ୨୦୨୦ରେ ବିଶ୍ୱର ସାମରିକ ଖର୍ଚ୍ଚ ଉପରେ ମହାମାରୀ ବିଶେଷ ପ୍ରଭାବ ପକାଇ ନାହିଁ । ତେବେ ମହାମାରୀର ଦ୍ୱିତୀୟ ବର୍ଷରେ ଦେଶମାନେ ଏହି ସ୍ତରରେ ସାମରିକ ଖର୍ଚ୍ଚ ବଜାୟୀ ରଖିବେକି ନାହିଁ ତାହା ସମୟ କହିବ ବୋଲି ସେ କହଛନ୍ତି ।  ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ଅନୁଯାୟୀ ବିଶ୍ 2020 ର ଦଶଟି ଦେଶ ସାମରିକ ଆବଶ୍ୟକତା ପାଇଁ 1,482 ବିଲିୟନ ଡ଼ଲାର ଖର୍ଚ୍ଚ କରିଛନ୍ତି, ଯାହା ବିଶ୍ୱର ସାମରିକ ଖର୍ଚ୍ଚର 75% ଅଟେ । SIPRI ଆମେରିକା (778 ବିଲିୟନ ଡ଼ଲାର୍), ଚୀନ୍ (252 ବିଲିୟନ ଡ଼ଲାର୍) ଏବଂ ଭାରତ (72.9 ବିଲିୟନ ଡ଼ଲାର୍) କୁ ଶ୍ରେଷ୍ଠ ୩ ସାମରିକ ଖର୍ଚ୍ଚକାରୀ ଭାବରେ ନାମିତ କରିଛି |ଏହି ସାମରିକ ଖର୍ଚ୍ଚର ୬୨% କେବଳ ୫ ଟି ଦେଶ କରିଛନ୍ତି । ସେହି ଦେଶ ଗୁଡିକ ହେଉଛନ୍ତି, ଆମେରିକା ,ଚାଇନା, ରୁଷିଆ, ଭାରତ ଏବଂ ୟୁକେ । ତେବେ ବିଶ୍ୱର ସାମରିକ ଖର୍ଚ୍ଚର ଦୁଇ ପଞ୍ଚମାଂଶ ପାଇଁ କେବଳ ଆମେରିକା ଦାୟୀ । ରିପୋର୍ଟ ଅନୁଯାୟୀ, ବ୍ରାଜିଲ ଏବଂ ରୁଷିଆ ସେମାନଙ୍କର ପ୍ରାରମ୍ଭିକ ୨୦୨୦ ସାମରିକ ବଜେଟ ଠାରୁ ବହୁତ କମ୍ ଖର୍ଚ୍ଚ କରିଛନ୍ତି । ଲାଗାତର ୨୬ ବର୍ଷ ପାଇଁ ଚାଇନାର ସାମରିକ ଖର୍ଚ୍ଚ ବୃଦ୍ଧି ପାଇଛି । ତଥାପି ବି ବିଶ୍ୱର ଜନବହୁଳ ଦେଶ ଗୁଡିକର ସାମରିକ ଖର୍ଚ୍ଚ ବୃଦ୍ଧି ପାଇ ନାହିଁ । ୨୦୨୦ରେ ଆମେରିକାର ସାମରିକ ଖର୍ଚ୍ଚ ୪.୪ % ବୃଦ୍ଧି ପାଇ ଆନୁମାନିକ ୭୭୮ ବିଲିୟନ ଡଲାରରେ ପହଞ୍ଚିଛି ।

ଏପଟେ ଚାଇନା ତାଇୱାନର ସୀମା ଚାରିପାଖରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି । ବିଶ୍ୱର ସମୁଦାୟ ସାମରିକ ଖର୍ଚ୍ଚର ୩୯ % ଆମେରିକାର ଥିଲା । ସାତ ବର୍ଷର ହ୍ରାସ ପରେ ଆମେରିକାର ପୂର୍ବତନ ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ତିନି ବର୍ଷ ଧରି  ସାମରିକ ଖର୍ଚ୍ଚ ବୃଦ୍ଧି ପାଇଥିଲା ।  SIPRIର ରିସର୍ଚ୍ଚର ଆଲେକ୍ସଜାଣ୍ଡର ମାର୍କଷ୍ଟାଇନର୍ କହିଛନ୍ତି ଯେ, ଆମେରିକାର ସାମରିକ ଖର୍ଚ୍ଚର ସମ୍ପ୍ରତି ବୃଦ୍ଧି ମୁଖ୍ୟତଃ ରିସର୍ଚ୍ଚ ଏବଂ ବିକାଶରେ ବିପୁଳ ପୁଞ୍ଜି ବିନିଯୋଗ କରିଥିବା ସେ କହିଛନ୍ତି । ଆମେରିକର ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ ଏବଂ ବୃହତ ଅସ୍ତ୍ରଶସ୍ତ୍ର କ୍ରୟ ଭଳି ଦୀର୍ଘ ମିଆଦୀ ପ୍ରକଳ୍ପରେ ଅମେରିକା ଖର୍ଚ୍ଚ କରୁଥିବା ସେ  କହିଛନ୍ତି । ୨୦୨୦ରେ ଜର୍ମାନୀ ଏହାର ଖର୍ଚ୍ଚ ୫.୨% ବୃଦ୍ଧି ପାଇ ୫୨.୮ ମିଲିୟନରେ ପହଞ୍ଚିଛି ଏବଂ ବିଶ୍ୱର ସପ୍ତମ ବୃହତ୍ତମ ସାମରିକ ଖର୍ଚ୍ଚ କରୁଥିବା ଦେଶରେ ସାମିଲ ହୋଇଛି । ୨୦୧୧ ତୁଳନାରେ ୨୦୨୦ ବଜେଟ ୨୮% ବୃଦ୍ଧି ପାଇଛି । ୟୁରୋପରେ ଖର୍ଚ୍ଚ ୪% ବଢିଥିବା ବେଳେ ୧୨ଟି ନାଟୋ ସଦସ୍ୟ ଦେଶ ଜିଡିପିର ୨%  ଖର୍ଚ୍ଚ ଲକ୍ଷରେ ପହଞ୍ଚିଛନ୍ତି ।    ୨୦୧୯ର ମାତ୍ର ୯ ସଦସ୍ୟ ଦେଶ ତୁଳନାରେ ବୃଦ୍ଧି ପାଇଛି । ଫ୍ରାନ୍ସ ୨୦୦୯ ପରଠାରୁ ପ୍ରଥମ ଥର ପାଇଁ ନାଟୋ ସାମରିକ ଖର୍ଚ୍ଚ ଲକ୍ଷ ହାସଲ କରିଛି । ୨୦୨୦ରେ ଅଧିକ ନାଟୋ ସଦସ୍ୟ ଦେଶ ଜିଡିପିର ୨%ରୁ ଅଧିକ ନିଜ ସୈନିକଙ୍କ ପାଇଁ ଖର୍ଚ୍ଚ କରିଛନ୍ତି ।

Related Posts