ବାରବାଟୀ ଫାଇଟ: ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେବା ମନା

ଭୁବନେଶ୍ୱର: ଜମିନ ବାରବାଟୀ ଷ୍ଟାଡିୟମ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାହେବ ଟି-୨୦ ମ୍ୟାଚ । ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।

ତେବେ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟକୁ ମନା କରାଯାଇଛି। କେବଳ ସେତିକି ନୁହେଁ ମ୍ୟାଚ୍‌ ବକ୍ସ, ହେଲମେଟ୍‌ ଏବଂ ବ୍ୟାଗ ମଧ୍ୟ ଷ୍ଟାଡିୟମକୁ ଅନୁମତି ନାହିଁ । ସେହିପରି ଖୁଚୁରା ପଇସା ନ ଆଣିଲେ ଭଲ ବୋଲି ଡିସିପି ପିନାକ ମିଶ୍ର ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିଭଳି ଟିକେଟରେ ‘ନୋ ମାସ୍କ ନୋ ଏଣ୍ଟ୍ରି’ ବୋଲି ଲେଖା ଅଛି। ଏଣୁ ମାସ୍କ ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି।

ଏହାଛଡ଼ା ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୋଲିସ ମୁତୟନ ହେବେ। ୩ ଡିସିପି, ୭ ଅତିରିକ୍ତ ଡିସିପି ଓ ୩୨ ଏସିପି ମୁତୟନ ହେବେ। ୪୫ ଜଣ ଇନସ୍ପେକ୍ଟର ଓ ୨୭୦ ଜଣ ଏସ୍‌ଆଇ ଅଧିକାରୀ ମଧ୍ୟ ମୁତୟନ ହେବେ। ୧୧୩ ଜଣ ଟ୍ରାଫିକ ପୋଲିସ ଓ ୪୩ ଜଣ ମହିଳା କନଷ୍ଟେବଳ ରହିବେ। ତେବେ ଷ୍ଟାଡିୟମରେ ମୁତୟନ ପୋଲିସ ମଧ୍ୟ ମାସ୍କ ପିନ୍ଧିବେ ବୋଲି ଡିସିପି କହିଛନ୍ତି ।

Related Posts