
ବେଙ୍ଗାଲୁରୁ : ବିବାହ ପ୍ରସ୍ତାବକୁ ମନା କରିଦେବାରୁ ଏସିଡ୍ ମାଡ଼ । ଜଣେ ୩୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ଏସିଡ୍ ମାଡ଼ କରିଛନ୍ତି । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ବିପଦମୁକ୍ତ ଥିବା ବେଳେ ଭଲ ହୋଇଯିବେ ବୋଲି ଡିସିପି ସାଉଥ ହରିଶ ପାଣ୍ଡେ କହିଛନ୍ତି। ଅନ୍ୟପକ୍ଷେ ପୁରୁଷ ସହକର୍ମୀ ଅହମଦ ଫେରାର ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ମହିଳା ଜଣକ ବିବାହିତ ଥିବା ବେଳେ ସ୍ବାମୀଙ୍କ ସହ ଛାଡ଼ପତ୍ର ହୋଇଯାଇଛି। ଏପରି କି ମହିଳାଙ୍କ ୩ ପିଲା ଅଛନ୍ତି। ପୀଡିତା ଏବଂ ଅହମଦ ଏକ ଧୂପକାଠୀ କାରଖାନାରେ ପ୍ରାୟ ୩ ବର୍ଷ ହେଲା କାମ କରୁଥିଲେ। ହେଲେ ମହିଳାଙ୍କୁ ବିବାହ କରିବା ଲାଗି ଅହମଦ କହିବା ସହ ଚାପ ପକାଉଥିଲେ। ଏଭଳିସ୍ଥିତିରେ ମହିଳା ଜଣକ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଅହମଦ ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।