ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରି ପ୍ରସଙ୍ଗ: ଜେଏନ୍‌ୟୁ ପରେ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ଵବିଦ୍ୟାଳୟରେ ହିଂସା, ୪ ଛାତ୍ର ଅଟକ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରେ ଏବେ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ଵବିଦ୍ୟାଳୟରେ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହି ଘଟଣାରେ ବାମପନ୍ଥୀ ସଂଗଠନର ୪ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି। ଜେଏନ୍‌ୟୁ ଭଳି ଜାମିଆ ମିଲିଆ ଇସ୍‌ଲାମିଆରେ ମଧ୍ୟ ମୋଦୀଙ୍କ ଉପରେ ହୋଇଥିବା ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିକୁ ଦେଖାଇବାକୁ ଯୋଜନା ହୋଇଥିଲା।

ବୁଧବାର ସନ୍ଧ୍ୟାରେ ୟୁନିଭର୍ସିଟିର ଗଣଯୋଗାଯୋଗ ବିଭାଗରେ ଏହାର ସ୍କ୍ରିନିଂ ହେବାର ଥିଲା। ହେଲେ ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟରେ ହିଂସା ସୃଷ୍ଟି ହୋଇଛି। ହିଂସା ପରେ ୟୁନିଭର୍ସିଟି ପରିସରରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। କ୍ୟାମ୍ପସ ଭିତରେ କୌଣସି ପ୍ରକାରର ଭିଡ଼କୁ ଅନୁମତି ଦିଆଯିବ ନାହିଁ ବୋଲି ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିଲା। ନିର୍ଦ୍ଦେଶ ପରେ ପୁଲିସ ଦଙ୍ଗା ଉପଯୋଗୀ ଭ୍ୟାନ୍ ଓ ଟିୟର ଗ୍ୟାସ୍ ନେଇ ୟୁନିଭର୍ସିଟି ପରିସରରେ ପହଞ୍ଚିଥିଲା। ଭାରତୀୟ ଛାତ୍ରସଂଗଠନ ଫିଲ୍ମକୁ ଫେସ୍‌ବୁକ୍‌ରେ ସ୍କ୍ରିନିଂ କରିବାକୁ ଘୋଷଣା କରିବା ପରେ ୟୁନିଭର୍ସିଟି ପ୍ରଶାସନ ଏଭଳି ଭିଡ଼କୁ ମନା କରିଥିଲା।

Related Posts