‘ବୁଝାମଣା କରି ଅଲଗା ହୋଇଯାଅ, ମୋ ବାପା ମା’ଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ’: ଟ୍ୱିଟ୍ କରି ବର୍ଷାଙ୍କୁ ଅନୁରୋଧ କଲେ ଅନୁଭବ

ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ଓଲିଉଡ କପଲ୍ ବର୍ଷା-ଅନୁଭବ ପାରିବାରିକ ବିବାଦ ଥମିବାର ନାଁ ନେଉନି। କୋର୍ଟରେ ମାମଲା ଚାଲିଥିବାବେଳେ। ଆଦଳୟଙ୍କ ନିର୍ଦ୍ଦେଶ ପରେ ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର ଛାଡ଼ିଥିଲେ। ତଥାପି ଦୁହିଁଙ୍କ ସଂପର୍କକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନି। ଯାହାର ଝଲକ ପୁଣି ଥରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ଆଜି ସଂସାଦ ଅନୁଭବ ମହାନ୍ତି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଟ୍ୟାଗ କରି ଏକ ଟ୍ୱିଟ୍ କରିଛନ୍ତି। ସେ ବର୍ଷାଙ୍କୁ ଅନୁରୋଧ କରି ଲେଖିଛନ୍ତି, ବାପା ମା ସବୁବେଳେ ପିଲାମାନଙ୍କର ଭଲ ଚାହାନ୍ତି। ଆମେ ଜାଣିଛେ କିଏ ଠିକ୍ କିଏ ଭୁଲ୍। ମୋ ବାପା ଆଇସିୟୁରେ ଅଛନ୍ତି। ତାଙ୍କର ଅବସ୍ଥା ଖୁବ୍ ସଙ୍କଟାପନ୍ନ। ଏଭଳି ଅସମୟରେ ଆଉ ବିଳମ୍ବ ନକରି ଆପସ ବୁଝାମଣା କରି ଅଲଗା ହୋଇ ମାନବିକତା ଦେଖାଇବାକୁ ମୁଁ ହାତଯୋଡି ନେହୁରା ହେଉଛି। ସବୁକିଛି ଶେଷ ହେବା ପୂର୍ବରୁ ମୋ ବାପା ମାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ। ମହାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ବୋଲି ଅନୁଭବ ବର୍ଷା ପ୍ରିୟଦର୍ଶନୀଙ୍କୁ ଟ୍ୟାଗ କରି ନିଜ ଟୁଇଟରେ ଲେଖିଛନ୍ତି।

ତେବେ ଅନୁଭବଙ୍କ ଏଭଳି ଟୁଇଟ ପରେ ପୁଣି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Related Posts