ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ସମ୍ମେଟିଭ-୧ ପ୍ରଶ୍ନପତ୍ର ଭାଇରାଲ, ବୋର୍ଡ ସଭାପତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ସମ୍ମେଟିଭ-୧ ପ୍ରଶ୍ନପତ୍ର ୟୁଟ୍ୟୁବରେ ଭାଇରାଲ ହେଉଛି । ଯେଉଁ ଦିନ ପରୀକ୍ଷା ତାର କିଛି ଘଣ୍ଟା ପୂର୍ବରୁ ଭିଡିଓ ମାଧ୍ୟମରେ ପ୍ରଶ୍ନ ଏବଂ ଉତ୍ତରକୁ ଏକ ଭିଡିଓ କରି ୟୁଟ୍ୟୁବ ମାଧ୍ୟମରେ ଅପଲୋଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ତେବେ ନବମ ଶ୍ରେଣୀ ସମ୍ମେଟିଭ-୧ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏ ବିଷୟରେ ଆମେ ଅବଗତ ଅଛୁ । ୟୁଟ୍ୟୁବ ମାଧ୍ୟମରେ ଏହା ତାଙ୍କ ନଜରକୁ ଆସିଛି ବୋଲି ସେ କହିଛନ୍ତି। ତେବେ କେଉଁଠୁ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି, ସେ ନେଇ ତଦନ୍ତ କରିବାକୁ ବୋର୍ଡ ସଭାପତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଅତ୍ୟନ୍ତ ଗୋପନୀୟ ଭାବେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ବାରା ପ୍ରସ୍ତୁତ ହୋଇ ସ୍କୁଲଗୁଡ଼ିକୁ ପଠାଯାଉଥିବା ଏହି ପ୍ରଶ୍ନପତ୍ର କିଭଳି ବାହାରକୁ ଗଲା ଓ ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଅପଲୋଡ୍ କରୁଥିବା ଲୋକଙ୍କ ନିକଟକୁ ଗଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Related Posts