ଛାତ୍ର କଂଗ୍ରେସ-ପୋଲିସ ମୁହାମୁହିଁ; ନବୀନ ନିବାସ ଘେରାଉ ବେଳେ ଅଟକାଇବାକୁ ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲେ ଛାତ୍ର କଂଗ୍ରେସ କର୍ମୀ । ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟରେ ପୋଲିସ ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି ।

ପୁରୀ ଜିଲ୍ଲା ନିମାପଡ଼ାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଅଭିଯୋଗ କରି ଆଜି ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ଫରେଷ୍ଟ ପାର୍କ ନିକଟରେ ପୋଲିସ ଛାତ୍ର କଂଗ୍ରେସକୁ ଅଟକାଇଥିଲା। ଏହାପରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଛାତ୍ର କଂଗ୍ରେସ ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଛନ୍ତି । ଛାତ୍ର କଂଗ୍ରେସ ନେତା କହିଛନ୍ତି, ସମୀର ଦାଶ ମନ୍ତ୍ରୀ ପଦରେ ରହି ତଦନ୍ତକୁ ବାଟବଣା କରୁଛନ୍ତି । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ।

ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ଜୟନାରାୟଣ କହିଛନ୍ତି ଯେ, ନବୀନ ସରକାର ପ୍ରଚାର ସର୍ବସ୍ୱ ସରକାର। ନିର୍ବାଚନ ଆସିଲେ ଘୋଷଣା ମନେ ପଡ଼େ । ସେ କଣ ଘୋଷଣା କରିଥିଲେ ପରେ ନିଜେ ବି ଜାଣି ନଥାଆନ୍ତି । ତେବେ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମମଲରେ କଂଗ୍ରେସ ଆଜି ନବୀନ ନିବାସ ଘେରାଉ କରୁଛି, ଆମେ ୩୧ରେ କରିବୁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

Related Posts