ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କୃଷକ ନେତାଙ୍କ ଘୋଷଣା, ସରକାର ଦାବି ନ ମାନିଲେ ଲକ୍ଷ୍ନୌକୁ ଦିଲ୍ଲୀ କରିଦେବୁ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରୁଥିବା ରାକେଶ ଟୀକାୟତ କେନ୍ଦ୍ର ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି । ତେବେ ସରକାର ଯଦି ଆମର ଦାବି ନ ମାନନ୍ତି ତାହାଲେ ଲକ୍ଷ୍ନୌକୁ ଦିିଲ୍ଲୀ କରିଦେବୁ । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶ ହେଉଛି ଆନ୍ଦୋଳନର ରାଜ୍ୟ । ଅନ୍ୟପଟେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଟ୍ରାକ୍ଟର ନେଇ ସଂସଦ ଯାଇଥିଲେ । ଏହାର ପ୍ରତିକ୍ରିୟା ରଖି ରାକେଶ ଟୀକାୟତ କହିଛନ୍ତି ଯେ ଯଦି ସରକାର ନୂତନ କୃଷି ଆଇନକୁ ନ ଫେରାନ୍ତି ତାହାଲେ ସଂସଦକୁ ଟ୍ରକ୍ଟର ହିଁ ଯିବ ।

ଅନ୍ୟପଟେ ଉତ୍ତରପ୍ରଦେଶରେ ଦୀର୍ଘ ୪ ବର୍ଷ ହେବ ଗହମର ଦାମ ବଢିନାହିଁ । ଏପରିକି ରାଜ୍ୟରେ ୧୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବାକି ରହିଛି । ଯୋଗୀ ସରକାର ଗହମରେ ଏକ ଟଙ୍କା ମଧ୍ୟ ବୃଦ୍ଧି କରିନାହଁନ୍ତି ବୋଲି କୃଷକ ନେତା ରାକେଶ ଟୀକାୟତ କହିଛନ୍ତି । ଏହା ସହ ଦେଶର ୭-୮ଟି ରାଜ୍ୟରେ କୃଷକଙ୍କୁ ବିଜୁଳୀ ମାଗଣା ଦିଆଯାଉଥିବା ବେଳେ ଉତ୍ତରପ୍ରଦେଶରେ ସେପରି କିଛି ଘଟି ନାହିଁ । ଏସବୁକୁ ଦୃଷ୍ଟିରେ ରଖି ଆମେ ପ୍ରତ୍ୟେକ କୃଷକ ପାଖକୁ ଯିବୁ ।

ଏବଂ ସେପ୍ଟେମ୍ବର ୫ରେ ମୁଜାଫରନଗରରେ ଏକ ବଡ କୃଷକ ପଞ୍ଚାୟତର ଆୟୋଜନ କରାଯାଇଛି । ସରକାର ଯେପର୍ଯ୍ୟନ୍ତ ନୂତନ କୃଷି ଆଇନକୁ ଫେରାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯିବ ବୋଲି ରାକେଶ ଟୀକାୟତ ଚେତାବନୀ ଦେଇଛନ୍ତି । ଯଦି ଦରକାର ପଡେ ତାହାଲେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଟ୍ରେନ ରୋକି ରାଲି କରାଯିବ ବୋଲି କହିଛନ୍ତି ।

ଅନ୍ୟପଟେ ଦୀର୍ଘ ଆଠ ମାସ ଧରି ଦିଲ୍ଲୀ ବର୍ଡରରେ କୃଷକମାନେ ଆନ୍ଦୋଳନ କରିଆସୁଛନ୍ତି । ତେବେ ତାଙ୍କ ଲଢେଇ ବିଜେପି ସହ ନୁହେଁ ବରଂ ମୋଦି ସରକାରଙ୍କ ସହ ବୋଲି ବାରମ୍ବାର ଚାଷୀମାନେ କହି ଆସୁଛନ୍ତି ।

Related Posts