ଚୀନରେ ବେକାବୁ କରୋନା: ପୁଣିଥରେ ଲାଗୁ ହେଲା ଲକଡାଉନ୍

ଚୀନରେ ବେକାବୁ କରୋନା । ଲଗାତାର ଭାବେ କରୋନା ସଂକ୍ରମଣ ବଢିବାକୁ ଲାଗିଛି । ଏମିତିକି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ଯାହାକୁ ଦୃଷ୍ଟିରେ ରଖି ଚୀନରେ ପୁଣି ଥରେ କରୋନା କଟକଣା ଫେରିବାରେ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା ଯାହା ଆଜି ସତ ହୋଇଛି । ପୁଣିଥରେ ଚୀନରେ ଲାଗୁ ହୋଇଛି ଲକଡାଉନ୍।

ଚୀନର ସବୁଠାରୁ ବଡ଼ ସହର ସାଂଘାଇରେ ଏବେ କରୋନା ମହାମାରୀ ଅସ୍ତବ୍ୟସ୍ତ କରିବା ଆରମ୍ଭ କରିଛି । ୨୬ ନିୟୁତରୁ ଉର୍ଦ୍ଧ୍ୱ ସଂଘାଇରେ ବସବାସ କରୁଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଲକଡାଉନ୍ ଘୋଷଣା କରିଛନ୍ତି ଚୀନ ସରକାର ।

ଆଜିଠାରୁ ଆସନ୍ତା ୫ ଦିନ ଯାଏଁ ଏଠାରେ କଟକଣା ଲାଗୁ ରହିବ। ଏହାପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ହଟାଯିବ ନହେଲେ ପୁନଃର୍ବାର ପୁଣି କଟକଣା ବଢିବ ବୋଲି ଚୀନ ସରକାର ସ୍ପଷ୍ଟ କରିଛନ୍ତି । ଏପରିକି କରୋନା ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts