ରାଜଧାନୀରେ ବେକାବୁ କରୋନା: ୪ ମାସର ଶିଶୁ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏବେ ବଢ଼ିବାକୁ ଲାଗିଛି କରୋନାର ଦୈନିକ ସଂକ୍ରମିତ ଙ୍କ ସାଂଖ୍ୟ ।ପୁଣିଥରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିବାରେ ଲାଗିଛି । ଗତ ବୁଧବାର ଦିନ ସେଠାରେ ୧୦୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା। ଦିଲ୍ଲୀରେ ଏବେ କୋଭିଡ ସଂକ୍ରଣ ବେକାବୁ ହେବାରେ ଲାଗିଛି ।

ଏହା ମଧ୍ୟରେ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ(ଏଲଏନଜେପି) ଡାକ୍ତରଖାନାର ଡାକ୍ତର ସୁରେଶ କୁମାର କହିଛନ୍ତି ଡାକ୍ତରଖାନାରେ ଏବେ ୭ ଜଣ କରୋନା କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ବୟସ୍କ ଲୋକ ଥିବାବେଳେ ୨ ଜଣ ଛୋଟ ପିଲା ସଂକ୍ରମିତ ଅଛନ୍ତି । ଗୋଟିଏ ପିଲା ୫ ବର୍ଷର ଥିବା ବେଳେ ଆଉ ଜଣେ ମାତ୍ର ୪ମାସର ପିଲା। ୪ ମାସର ପିଲାଟିକୁ ଏବେ ଅକ୍ସିଜେନ ସପୋର୍ଟରେ ଚିକିତ୍ସା କରାଯାଉଛି। କରୋନାରେ ସଂକ୍ରମିତ ଥିବା କାରଣରୁ ପିଲାଟିର ସ୍ୱାସ୍ଥ୍ୟାବସ୍ତା ଏବେ ସଙ୍କଟାପନ୍ନ ରହିଛି ।

୪ ମାସର ପିଲାଟିର ବାପା ମଧ୍ୟ ଏବେ ସେହି ଡାକ୍ତରଖାନା କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତର ସୁରେଶ କହିଛନ୍ତି ଯଦି ବାପା-ମା କରୋନା ପ୍ରତିଷେଧକ ଟୀକା ନନେବେ ତାହେଲେ ତାଙ୍କ ପିଲାଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇପାରେ । ଏହି ମାମଲାରେ ଆମେ ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି ।

ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ଥିବା ବେଳେ ଗତକାଲି ବୁଧବାର ୧୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Related Posts