ବିବାହ ନିମନ୍ତ୍ରଣ କାର୍ଡରେ କେଜିଏଫ୍‌-୨ କ୍ରେଜ୍‌

ନୂଆଦିଲ୍ଲୀ : ନିକଟରେ ମୁକ୍ତିଲାଭ କରିଛି ଚର୍ଚ୍ଚିତ ଫିଲ୍ମ୍ କେଜିଏଫ୍‌-୨। ବକ୍ସଅଫିସ୍‌ ସହ ଏବେ ସମସ୍ତଙ୍କ ହୃଦୟରେ ରାଜ କରୁଛି ଏହି ଫିଲ୍ମ୍ । ରକି ଭାଇ ତଥା ୟଶଙ୍କ ଜଲୱା ଏବେ ସବୁଠି। ଫିଲ୍ମ୍ ମୁକ୍ତିଲାଭ କରିବାର ୭ ଦିନ ରୁ ଉର୍ଦ୍ଧ ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମନରେ ସେହି ସମାନ ଉତ୍କଣ୍ଠା ପରିଲକ୍ଷିତ ହୋଇଛି ।

ଆଉ ଫିଲ୍ମକେ ରକି ଭାଇଙ୍କ ଆଇକନିକ୍ ଡାଇଲଗ୍‌ -“ଭାଓଲେନ୍ସ, ଭାଓଲେନ୍ସ, ଭାଓଲେନ୍ସ… ଆଇ ଡୋଣ୍ଟ୍ ଲାଇକ୍ ଇଟ୍। ଆଇ ଆଭୋଏଡ୍! ବଟ୍… ଭାଓଲେନ୍ସ ଲାଇକ୍ସ ମି, ଆଇ କାଣ୍ଟ ଆଭୋଏଡ୍!” ନିଶ୍ଚୟ ମନେ ଥିବ। ଏହି ଡାଏଲଗ ଏବେ ପ୍ରାୟ ସମସ୍ତଙ୍କ ମୁହଁରେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଡାଏଲଗ୍ ଟି ଏବେ ବିବାହ କାର୍ଡରେ ବି? କେଜିଏଫ୍-୨ର ଜଣେ ଦିୱାନା ତାଙ୍କ ବିବାହ କାର୍ଡରେ ୟଶଙ୍କର ଏହି ଆଇକନିକ୍ ଡାଏଲଗକୁ ଛପାଇଛନ୍ତି।

ଏପ୍ରିଲ୍ ୧୪ ରେ ରିଲିଜ୍ ହୋଇଥିବା କେଜିଏଫ୍-୨ ବକ୍ସ ଅଫିସରେ କରୁଛି ଧମାଲ । ପ୍ରଶଂସକଙ୍କ ମଧ୍ୟରେ ୟଶଙ୍କ ଏତେ କ୍ରେଜ୍ ଯେ କେଜିଏଫ୍୨ ଆଉ ଏକ ଫିଲ୍ମ ନୁହେଁ ବରଂ ଏକ ବ୍ରାଣ୍ଡ ହୋଇଯାଇଛି। ଏହି କାରଣରୁ ୟଶଙ୍କ ଜଣେ ପ୍ରଶଂସକ ତାଙ୍କ ବିବାହ କାର୍ଡରେ ‘ଭାୟୋଲେନ୍ସ’ ଡାଏଲଗକୁ ରିକ୍ରିଏଟ୍ କରିଛନ୍ତି। ବିବାହ କାର୍ଡର ଏହି ଫଟୋ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ। ଲୋକମାନେ ଏହାକୁ ରକି ଭାଇଙ୍କ କ୍ରେଜ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକର ବେଲଗଭିରେ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ବିବାହ କରିବେ ଶ୍ୱେତାଙ୍କୁ । ବିବାହ ତାରିଖ ରହିଛି ମେ ୧୩। ଚନ୍ଦ୍ରଶେଖର ତାଙ୍କ ବିବାହ କାର୍ଡରେ ‘କେଜିଏଫ୍ ୨’ର ଏକ ଡାଏଲଗକୁ ରିକ୍ରିଏଟ୍ କରି ଲେଖିଛନ୍ତି। ସେ ଲେଖିଛନ୍ତି, “ମ୍ୟାରେଜ୍, ମ୍ୟାରେଜ୍, ମ୍ୟାରେଜ୍, ଆଇ ଡୋଣ୍ଟ୍ ଲାଇକ୍ ଇଟ୍, ଆଇ ଆଭୋଏଡ୍, ବଟ୍… ମାଇଁ ରିଲେଟିଭ୍ସ ଲାଇକ୍ ମ୍ୟାରେଜ୍, ଆଇ କାଣ୍ଟ ଆଭୋଏଡ୍। “

ତେବେ ଫିଲ୍ମଟିର କ୍ରେଜ୍ କେତେ ଆପଣ ଏଥିରୁ ଜାଣି ପାରୁଥିବେ। ଏହି ବିବାହ କାର୍ଡର ଫଟୋକୁ ଟ୍ୱିଟର ୟୁଜର @ MISS_BINGG ସୋସିଆଲ୍‌ ମିଡିଆରେ ସେଆର କରିଛନ୍ତି । ଯାହାକୁ ଲୋକେ ବେଶ୍ ପସନ୍ଦ କରୁଥିବା ସହ, ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖିବକୁ ମିଳିଛି ।

Related Posts